ବେଗୁନିଆପଡାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ।

କୋଦଳା,୧୭/୦୯(ପିପିଟି):ବିଶ୍ଵନିୟନ୍ତା, ବିଶ୍ୱ ଗଠନ ର ବିନ୍ଧାଣି ବିଶ୍ୱକର୍ମାଙ୍କ ପୂଜାଉତ୍ସବ ଧୁମ ଧାମର ସହିତ ବେଗୁନିଆପଡା ଏବଂ କୋଦଳା ଏନ୍ଏସି ରେ ପାଳିତ ହେଉଛି । କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଠାରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହୋଇଯାଇଛି, କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ନିର୍ଦେଶ ଅନୁଯାଇ ସ୍ୱଛତା ବିଶେଷଜ୍ଞ ଚଦ୍ରକାନ୍ତ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଏନ୍ଏସି କର୍ମଚାରୀ, ସଫେଇ କର୍ମଚାରୀ, ସୁପଭାଇଜର, ସ୍ୱଚ୍ଛ ସାଥି, ସ୍ୱଚ୍ଛତା କର୍ମୀ ପ୍ରମୁଖ ଉପସ୍ଥିତ ରହି ସୁନ୍ଦର ସାଜ୍ସସଜ୍ଜା ସହିତ ପ୍ରଭୁଙ୍କ ପୂଜା ଉତ୍ସବ ପାଳନ କରୁଥିବା ବେଳେ ବେଗୁନିଆପଡା ବ୍ଲକ ପରିସରରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ,ଏସ. ଛଚିନା, ନୂଆଗଡ଼,ନୁଆଁଗାଁ,ମର୍ଦ୍ଦକୋଟ, ସମେତ ବିଭନ୍ନ ଗ୍ରାମ ମାନଙ୍କରେ ମହାରଣା ମାନଙ୍କ ଗୁରୁ ଠାକୁର ବିଶ୍ୱକର୍ମାଙ୍କ ପୂଜା ମେଢ଼ ଶୋଭା ପାଉଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Comments (0)
Add Comment