ବେଗୁନିଆପଡାରେ ଜିଲ୍ଲାପାଳଙ୍କ ଦ୍ବାର କରୋନା ମୁକାବିଲା ସମୀକ୍ଷା ।

କୋଦଳା,୨୮/୦୪(ପିପିଟି); ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବେଗୁନିଆପଡା ବ୍ଲକ ଗସ୍ତ କରି ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ସହିତ କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି ।ବେଗୁନିଆପଡା ବ୍ଲକ ପରିସରରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଯୋଗଦେଇ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଚି଼ହ୍ନଟ,ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ । କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗୃହ ସଙ୍ଗରୋଧରେ ରହିବା ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ଓ ସହରାଞ୍ଚଳରେ ପାନୀୟ ଜଳ ଓ ବିଦ୍ୟୁତ ଯେପରି ସମସ୍ୟା ଶୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ଯେଉଁଭଳି ସମସ୍ତେ ସହଯୋଗ କରି କୋଭିଡର ମୁକାବିଲା କରିଥିଲେ କରୋନାର ଦ୍ୱତୀୟ ଲହରୀରେ ମଧ୍ୟ ସଫଳତାର ସହିତ ମୁକାବିଲା କରିବା ପାଇଁ କହିଥିଲେ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଏହି ସମୀକ୍ଷା ବୈଠକରେ କୋଦଳା ଏନ୍ଏସି ନିର୍ବାହୀ ଅଧିକାରୀ ସମେତ ସମସ୍ତ କର୍ମକର୍ତ୍ତା,ତହସିଲଦାର, ବେଗୁନିଆପଡା ବ୍ଲକ ବିଡ଼ିଓ, ଏବିଡିଓ,ସହକାରୀ ଯନ୍ତ୍ରୀ,ବ୍ଲକ ଅଧ୍ୟକ୍ଷ । ପ୍ରତିନିଧି ବିଜୟ କୁମାର ଦୋରା ସମେତ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।

Comments (0)
Add Comment