ବେଗୁନିଆପଡ଼ା ରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ।

କୋଦଳା,୧୪/୦୨(ପିପିଟି): ଶୁକ୍ରବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଭଗବାନ ପୂଜାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଥାନାର ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କ ଭୁବନେଶ୍ୱର କମିଶନରେଟ ମୁଖ୍ୟାଳୟକୁ ବଦଳି ହୋଇଛି । ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ପୂଜାରୀଙ୍କୁ ଥାନା ପରିସରରେ ଶ୍ରୀ ପରିଡା ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ଜଣାଇଥିଲେ । ଆଗକୁ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ବିହିତ ପଦକ୍ଷେପ ନେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଶେଷ ଦୃଷ୍ଟି ଦେବେ ବୋଲି କହିଛନ୍ତି ଶ୍ରୀ ପୂଜାରୀ । ପୂର୍ବରୁ ଫୁଲବାଣୀ ଜିଲ୍ଲା ରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment