ବେଗୁନିଆପଡ଼ା ବ୍ଳକରେ ଦାୟିତ୍ବ ନେଲେ ନୂଆଁ ବିଡ଼ିଓ ।

କୋଦଳା,୧୨/୦୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ନୂତନ ବିଡିଓ ଭାବେ ଦାୟିତ୍ବ ଗ୍ରହଣ କଲେ ଦିବ୍ଯ ରଞ୍ଜନ ବିଶ୍ଵାଳ। ଆଜି ପୂର୍ବାହ୍ନରେ ବ୍ଲକ କାର୍ଯ୍ଯାଳୟରେ ପହଞ୍ଚି ସେ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି ଓ ଏ ଏସ୍ ଅଧିକାରୀ ଭାବେ ପ୍ରଥମ ପୋଷ୍ଟିଂ ଭାବେ ବେଗୁନିଆପଡ଼ା ବ୍ଲକରେ ଦାୟିତ୍ବ ନେଇଛନ୍ତି ଶ୍ରୀ ବିଶ୍ବାଳ। ଦାୟିତ୍ବ ନେବା ପରେ ବ୍ଲକର ସମସ୍ତ ଅଧିକାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ଜନସାଧାରଣଙ୍କୁ ଶୃଙ୍ଖଳିତ ସେବା ଯୋଗାଇବା ସହିତ ଅଞ୍ଚଳର ସମସ୍ଯାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ନୂତନ ବିଡିଓ । ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ଧରି ଏଠାରେ ସ୍ଥାୟୀ ବିଡ଼ିଓ ନଥିବା ବେଳେ କୋଦଳା ତହସିଲଦାର ସଶ୍ମିତା ଶତପଥୀ ଅତିରିକ୍ତ ଦାୟିତ୍ବରେ ରହିଥିଲେ। ଯାହାକୁ ନେଇ ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ସ୍ଥାୟୀ ବିଡ଼ିଓ ନିଯୁକ୍ତି ହେବା ପରେ ଜନସାଧାରଣଙ୍କ ସମସ୍ଯା ସମାଧାନ ହେବ ବୋଲି ଆଶା କରାଯାଉଛି।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment