ବେଗୁନିଆପଡ଼ା ବ୍ଲକ ପରିସରରେ ଅଗ୍ନି ନିରାପତ୍ତା ସଚେତନତା ।

କୋଦଳା,୨୯/୧୧(ପିପିଟି): ଅଗ୍ନି ନିରାପତ୍ତାକୁ ନେଇ ସଚେତନତା। ରନ୍ଧନ ଗ୍ଯାସ ବ୍ଯବହାର ସମୟରେ ହଠାତ ନିଆଁ ଲାଗିଗଲେ କିପରି ସୁରକ୍ଷିତ ରହିବେ,ନିଆଁକୁ କିପରି ଆୟତ୍ତ କରିବେ ସେ ନେଇ ସଚେତନତା କରାଯାଇଛି। ଗଞ୍ଜାମ କୋଦଳା ଅଗ୍ନିଶମ ବାହିନୀ ପକ୍ଷରୁ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ବେଗୁନିଆପଡ଼ା ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ । ବେଗୁନିଆପଡ଼ା ବ୍ଳକ ସିଡିପିଓ ନୀଳିମା ତୋପ, ସମସ୍ତ ସୁପରଭାଇଜର,ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଉପସ୍ଥିତରେ ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ଯାସ୍ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟିଲେ କିପରି ନିଆଁ ଲିଭାଇବା,କିପରି ସୁରକ୍ଷିତ ରଖିବା ସେ ନେଇ ମକ୍ ଡ୍ରିଲ୍ କରି କୌଶଳ ବତାଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ । ପ୍ରତିରୋଧକ ସୁରକ୍ଷା ବ୍ୟବସ୍ଥା,ଜରୁରୀ କାଳୀନ ପ୍ରତିକ୍ରିୟା କୌଶଳ ଏବଂ ଅଗ୍ନି ବିପଦକୁ କମ କରିବା ପାଇଁ ଏଲପିଜି ସିଲିଣ୍ଡରର ସଠିକ୍ ପରିଚାଳନା ବିଷୟରେ ଶିକ୍ଷା ଦିଆଯାଇଥୂଲା ଏବଂ ଆଶୁ ଅଗ୍ନି ବିପଦରୁ କିପରି ରକ୍ଷା କରାଯିବ ତାଉପରେ କୌଶଳ ଦେଖାଇ ଥିଲେ ଅଗ୍ନି ସମ ବିଭାଗ । ଗ୍ରାମାଞ୍ଚଳରେ ମହିଳା ମାନେ ଏଲପିଜି ସଂଯୋଗୀକରଣ କରଣ ବେଳେ ବହୁ ଅସୁବିଧା ଯୋଗୁଁ ସିଲିଣ୍ଡର ବ୍ଲାଷ୍ଟ ହୋଇ କିମ୍ବା ଗ୍ୟାସ ଲିକ ହୋଇ ଅଗ୍ନି ସଂଯୋଗ ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି।
ଏହି ବିପତ୍ତିରୁ କିପରି ରକ୍ଷା ପାଇପାରିବା ସେ ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କୌଶଳ ଦେଖାଇଥିଲେ । କାର୍ଯ୍ୟକ୍ରମରେ କୋଦଳା ଅଗ୍ନିଶମ ବାହିନୀ ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର ଅନିଲ ବେହେରା,ମୁଖ୍ୟ ଅଗ୍ନି ଯୋଦ୍ଧା ଜିତେନ୍ଦ୍ର କୁମାର ନାୟକ, ପ୍ରଶାନ୍ତ କୁମାର ଜେନା,କମରାନ୍ ଖାନ୍, ରାଜେଶ କୁମାର ଜେନା,ପ୍ରେମାନନ୍ଦ କାଣ୍ଡି, ଅଭିନାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment