ବେଗୁନିଆପଡ଼ାରୁ ଜଣେ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର ଘଟଣା , ହତ୍ୟାକରାଯାଇଥିବା ଦାବିକଲା ସମଗ୍ର ହିନ୍ଦୁ ସମାଜ।

କୋଦଳା ,୨୩/୦୫(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ସ୍ଥିତ ନୂଆଁ ଡେରା ସାହିରେ ଗତ 19 ତାରିଖ ଦିନ ଜଣେ ବ୍ଯକ୍ତିଙ୍କର ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ। ପରିତ୍ୟକ୍ତ ଅବସ୍ଥାରେ ଶବଟି ପଡି ପଚି ଯାଇଥିବା ବେଳେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ୍ ପହଞ୍ଚି ଶବକୁ ଉଧାର କରି ପୋଷ୍ଟ ମୋଟମ୍ ପାଇଁ ପଠାଇ ଥିଲେ । ତେବେ କେଉଁ ପରିସ୍ଥିତିରେ ବ୍ଯକ୍ତିକଂ ମୃତ୍ୟୁ ଘଟିଲା ଏବଂ କିପରି ଘଟିଲା ସେ ନେଇ ସ୍ପଷ୍ଟ ସୂଚନା ମିଳି ନଥିଲା । କିମ୍ବା କେହି କିଛି ଅଭିଯୋଗ କରିନଥିଲେ । ଫଳରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଶନିବାର ଦିନ ସମଗ୍ର ହିନ୍ଦୁ ସମାଜ ବେଗୁନିଆପଡା ଶାଖା ପକ୍ଷରୁ ବେଗୁନିଆପଡା ଥାନାରେ ପହଂଚି ଏକ ଏତଲା ଦେଇଛନ୍ତି । ସେମାନଙ୍କ ଦାବି ହେଲା ଏହାକୁ ସୁଚିନ୍ତିତ ହତ୍ୟା ଘଟଣା, ତେଣୁ ଉକ୍ତ ଘଟଣା ର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏତଲା ପାଇବା ପରେ ପୋଲିସ ନିକଟରେ ଥିବା ସି ସି ଟି ଭି ଯାଞ୍ଚ ପାଇଁ ପଦକ୍ଷେପ ନେବା ସହ ସମ୍ପୃକ୍ତ ବ୍ୟକ୍ତି ରହୁଥିବା ଘରୁ ଏକ ଟିଣ ବାକ୍ସ ଆଣିବା ସହ ବାକ୍ସ ଖୋଲି ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉ କି ମୃତ ବ୍ଯକ୍ତି ଜଣକ ହେଲେ କୋଦଳା ଥାନା ମର୍ଦ୍ଦକୋଟର ଭାସ୍କର ନାୟକ ବୋଲି ସୂଚନା ମିଳିଛି । ରାମାନନ୍ଦ ସମ୍ପ୍ରଦାୟର ବାବାଜୀ ଦୀକ୍ଷା ଗ୍ରହଣ କରି ଭକ୍ତି ଚରଣ ଦାସ ନାମରେ ପରିଚିତ ଥିଲେ । ଦୀର୍ଘ ଦିନ ଧରି ବେଗୁନିଆପଡ଼ା ସ୍ଥିତ ଅଖଣ୍ଡ ନାମରେ ହରିନାମ ସଂକୀର୍ତ୍ତନ କାର୍ଯ୍ୟ କରୁଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

 

Comments (0)
Add Comment