ବେଆଇନ ମହୁଲ ଚୋରାଚାଲାଣ ବେଳେ ଧରାପଡ଼ିଲା : ଗାଡି ଜବତ :ଡ୍ରାଇଭର ଗିରଫ ।

ବାଲିଗୁଡା,୧୬/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବୁଡାଗୁଡାରୁ ବାଲିଗୁଡ଼ାକୁ ଆସୁଥିବା ଏକ ମହୁଲ ବୋଝେଇ ଟାଟା ୪୦୭ ଗାଡି ନଂ.ଓଆର-୧୨-୨୫୮୬ କୁ ବାଦକେତା ଠାରେ ଅଟକାଇ ତନଖି କରିବା ସମୟରେ ଗାଡ଼ିରେ ମୋଟ ୫୨ ବସ୍ତା ମହୁଲ ଥିଲା, ଯାହାର ଓଜନ ୧୫ କୁଇଣ୍ଟାଲ ୬୦ କେଜି ହେବ ବୋଲି ଜଣାପଡିଛି । ଗାଡି ସହିତ ମହୁଲ ଜବତ କରିବା ସହ ଡ୍ରାଇଭର ଆଶା ଦୀପ ପରିଛାକୁ ଗିରଫ କରାଯାଇଛି । ଜବତ ହୋଇଥିବା ମହୁଲ ର ଆନୁମାନିକ ମୂଲ୍ୟ ୫୦,୦୦୦ ରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ଏ ନେଇ କେଶନଂ. ୩/୨୨ ରେ ଏକ ମାମଲା ରୁଜୁ କରି ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇ ଥିବା ବିଷୟ ଅବକାରି ବିଭାଗର ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment