କୋଦଳା,୧୭/୦୮(ପିପିଟି):ଶନିବାର ସକାଳୁ ସକାଳୁ ଯେମିତି କୋଦଳା ଏନଏସି କୁ ଶନିଦଶା ପଡିଯାଇଥିବା ଦେଖିବାକୁ ମିଳିଛି । ଅଧ୍ୟକ୍ଷ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ମନମାନି ତଥା ବେଆଇନ କାର୍ଯ୍ୟ ଓ ବେଆଇନ ବିଜ୍ଞପ୍ତି କୁ ନେଇ ଏନ୍ଏସି ର ୧୩ କାଉନସିଲର ମଧ୍ୟରୁ ୯ ଜଣ କଳା ବ୍ୟାଡ଼ଜ ପରିଧାନ ସହିତ ହାତରେ ଫ୍ଲାକାର୍ଡ ଧରି ଏନ୍ଏସି ପରିସର ରେ ଶାନ୍ତିପୂର୍ଣ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସେମାନଙ୍କ ଲିଖିତ ଦାବୀପତ୍ର ପ୍ରକାରେ କୌଣସି କାଉନସିଲରଙ୍କୁ ନ ଜଣାଇ ସେମାନଙ୍କ ସହିତ କୌଣସି ଆଲୋଚନା ନ କରି ଏନ୍ଏସି ଅଧ୍ୟକ୍ଷ ତାଙ୍କ ନିଜର କିଛି ଲୋକଙ୍କୁ ନେଇ କନିଷ୍ଠ ଯନ୍ତ୍ରୀଙ୍କ ସହିତ ସାଲିସ କରି ଶେଷ କରିଦେଇଛନ୍ତି ।ସେଗୁଡିକର ପୂର୍ଣ୍ଣାଙ୍ଗ ରିପୋର୍ଟ ସହିତ ଆଉ କିଛି ପୁରୁଣା କାର୍ଯ୍ୟର ନୂତନ ନାଁ ଦେବା ଉଦ୍ଦେଶ୍ୟ ରଖି କୌଣସି କାଉନ ସିଲରଙ୍କ ସହିତ ଆଲୋଚନା ନ କରି ୪୪ ଗୋଟି ଶର୍ଟ ଟେଣ୍ଡେର ବାହାର କରିଛନ୍ତି । ତାହା ପୁଣି କାହାକୁ ନ ଜଣାଇ, କୌଣସି ଖବର କାଗଜରେ ଵିଜ୍ଞାପନ ନ ଦେଇ ନିଜ ଅଫିସ ବୋର୍ଡରେ ଝୁଲାଇଛନ୍ତି । ଯାହାକି ନାମକୁ ମାତ୍ର ଲୋକଦେଖାଣିଆ । ବିଜ୍ଞପ୍ତିର ଶେଷ ତାରିଖ ୧୬/୦୮/୨୦୨୪ ଅପରାହ୍ନ ୫ ଘଣ୍ଟିକା ଥିବା ଏବଂ ବକ୍ସ ଖୋଲିବା ସମୟ 17/08/2024 ୧୧ ଘଂଟିକା ଥିବା ବେଳେ,୧୬ ତାରିଖରୁ ନିର୍ବାହୀ ଅଧିକାରୀ ଛୁଟିରେ ଯାଇ କନିଷ୍ଟ ଯନ୍ତ୍ରୀଙ୍କୁ ଦାଇତ୍ୱ ଦେଇଥିବା ଜଣାପଡ଼ିଛି, କିନ୍ତୁ ଶେଷ ଦିନ ୧୬ ତାରିଖରେ ଯେଇ ମଧ୍ୟ ଅନୁପସ୍ଥିତ ରହିବାରୁ କାଉନସିଲରଙ୍କ ଉପସ୍ଥିତି ରେ ପେପର କିଣିବାକୁ ଯାଇ ଠିକାଦାର ଫେରିଛନ୍ତି ଏବଂ ସେଠାରେ କାର୍ଯ୍ୟରତ କର୍ମକର୍ତ୍ତା ଆମ୍ଭେ ଟେଣ୍ଡେର ବିଷୟରେ କିଛି ଜାଣିନାହୁଁ ବୋଲି ଉତ୍ତର ଦେଇଥିଲେ ବୋଲି ଠିକାଦାର ପ୍ରକାଶ କରିଛନ୍ତି । ଏପରିକି ପୂର୍ବରୁ ବନ୍ଧରୁ ଦଳ କାଢିବା, ବିନା ଵିଜ୍ଞାପ୍ତିରେ ପୋଖରୀ ରେ ମାଛ ଛାଡିବା, ବିଭିନ୍ନ ୱାର୍ଡରେ ଡ୍ରେନ ଖୋଳିବା,ବୃକ୍ଷରୋପଣ ,ଡ୍ରେନ ପ୍ଲେଟ ଭଳି କାର୍ଯ୍ୟ ଶେଷ କରି ବର୍ତ୍ତମାନ ସେଗୁଡିକୁ ନୂତନ ରଙ୍ଗ ଦେବାକୁ ପ୍ରସ୍ତୁତି ସାରିଥିବା ଜାଣି କାଉନସିଲର ଏହି ପଦକ୍ଷପ ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ଯେତେବେଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ନିର୍ବାହୀ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେଇନାହାଁନ୍ତି ସେ ପର୍ଯ୍ୟନ୍ତ ଆମ୍ଭର ଧାରଣା ଚାଲୁ ରହିବ ବୋଲି କାଉନସିଲର ପ୍ରକାଶ କରିଥଲେ, ଏହାକୁ ନେଇ ଅନୁପସ୍ଥିତ ଥିବା ନିର୍ବାହୀ ଅଧିକାରୀଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ମୁଁ ଛୁଟିରେ ଅଛି, କନିଷ୍ଠ ଯନ୍ତ୍ରୀ ଦାଇତ୍ୱ ରେ ଅଛନ୍ତି କିନ୍ତୁ ଜାଣିବାକୁ ପାଇଛି କନିଷ୍ଠ ଯନ୍ତ୍ରୀ ବି ଅନୁପସ୍ଥିତ ଅଛନ୍ତି, ତାଙ୍କ ଉପର ଅଧିକାରୀ ଯାହା ବିଚାର କରିବେ ଏବଂ ମୁଁ ପ୍ରତିଶ୍ରୁତି ଦେଉଛି ଯେ ବର୍ତ୍ତମାନ ପାଇଁ ବିଜ୍ଞପ୍ତି ବନ୍ଦ ରହିଲା,କାଉନସିଲରଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ । ଅପରାହ୍ନ ୪ ଘଣ୍ଟ ସମୟରେ ଅଧ୍ୟକ୍ଷ ପହଞ୍ଚି କାଉନସିଲରଙ୍କ ସହିତ ଆଲୋଚନା କରି ମଙ୍ଗଳବାର ନିର୍ବାହୀ ଅଧିକାରୀ ଫେରିବା ପରେ ଆପଣ ମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ, କିନ୍ତୁ କନିଷ୍ଠ ଯନ୍ତ୍ରୀଙ୍କ ଖଲିକୋଟ ବଦଳି ନିର୍ଦ୍ଦେଶ ଥିଲେ ସୁଦ୍ଧା କାହିଁକି ସେ ରିଲିଭ ହେଉନାହାଁନ୍ତି, ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବୀ କରିବା ପରେ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏନ୍ଏସି ବଡ଼ବାବୁ ଦାବୀପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି ।