ବେଆଇନ ବାଲି ଟ୍ରାକ୍ଟର ଧରି ମାଡ଼ ଖାଇଲେ ଅମିନ,ଥାନାରେ ଏତଲା ଦେଲା ରାଜସ୍ବ ବିଭାଗ ।

କୋଦଳା,୨୮/୦୬(ପିପିଟି): ରାଜସ୍ବ ବିଭାଗ ଏକ ବେଆଇନ ବାଲିବୋଝାଇ ଟ୍ରାକ୍ଟର ଅଟକାଇବାକୁ ନେଇ ବେଗୁନିଆପଡା ଫାଣ୍ଡିରେ ଗାଡ଼ିମାଲିକଙ୍କ ନାମରେ ମାମଲା ଦାୟର ହୋଇଥିବା ଜଣାପଡ଼ିଛି ।ଫାଣ୍ଡିରେ ଏତଲା ପ୍ରକାରେ ଆଜି ଅପରାହ୍ନ ୫ ଘଣ୍ଟ ସମୟରେ କଣ୍ଟାପଡା ଗ୍ରାମକୁ ଅମିନ କୈଳାଶ ଚନ୍ଦ୍ର ପ୍ରଧାନ ସରକାରୀ କାର୍ଯ୍ୟରେ ଯାଇଥିବା ସମୟରେ ଏକ ବାଲିବୋଝେଇ ଟ୍ରାକ୍ଟର ଯାହାର ନମ୍ବର OD07 N 4345 ଆସୁଥିବା ଦେଖି ତାର Y ଫର୍ମ ମାଗିବାରୁ ସେଥିରେ Y ଫର୍ମ ନାହିଁ ବୋଲି ଡ୍ରାଇଭର କହିବାରୁ ତାକୁ ରାଜସ୍ବ କାର୍ଯ୍ୟାଳୟ ନିକଟକୁ ନେବାକୁ କୁହାଯାଇଥିଲା କିନ୍ତୁ ଡ୍ରାଇଭର ସଙ୍ଗେ ସଙ୍ଗେ ମାଲିକଙ୍କୁ ଫୋନ କରିବାରୁ ମାଲିକ ଏବଂ କିଛି ତାଙ୍କ ଲୋକ ସେଠାରେ ପହଞ୍ଚି ମାଡପିଟ କରିଥିଲେ ଓ ମୋବାଇଲ ଗାଡିଚାବି ଛଡାଇ ନେଇଯାଇଥିଲେ । ଖବର ପାଇ ଆରଆଇ ଦେବାଶିଷ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ,ସେ ବି ସେଥିରୁ ବର୍ତ୍ତୀନଥିଲେ, ତାଙ୍କ ସହିତ ବି ଝଗଡା କରି ଜୀବନରେ ମାରିଦେବା ଧମକ ଦେଇ ଗାଡି ଧରି ପଳାଇଥିଲେ । ଶେଷରେ କୋଦଳା ତହସିଲଦାର ସେଠାରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରି ଫେରିଥିଲେ । ଆମ୍ଭ ଜୀବନ ପ୍ରତି ବିପଦ ଅଛି,ତୁରନ୍ତ ଟ୍ରାକ୍ଟର ମାଲିକ ଜୟସେନ ଖଟୁଆଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଫାଣ୍ଡିରେ ଦ୍ୱାରସ୍ତ ହୋଇଛନ୍ତି ଆରଆଇ ଦେବାଶିଷ ମାଝୀ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment