ବେଆଇନ ବାଲି ଚାଲାଣ ବେଳେ ୭ ଟି ଟ୍ରାକ୍ଟର ଜବତ ।

ଶେରଗଡ,୦୪/୦୭(ପିପିଟି); ଶେରଗଡ ତହସିଲ ଅଧିନସ୍ତ ବିଭିନ୍ନ ନଦୀରୁ ପ୍ରତିଦିନ ଶହ ଶହ ଚୋରା ବାଲି ଚାଲାଣ ହେଉଥିବା ବେଳେ ଆଜି ରବିବାର ର ସୁଯୋଗ ନେଇ କିଛି ଦଲାଲ ଚୋରା ବାଲି ଚାଲାଣ କରୁଥିବା ବେଳେ ଖବର ପାଇ ଏହାକୁ ରୋକ ଲଗେଇବା ପାଇଁ ଶେରଗଡ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ାଙ୍କ ନେତୃତ୍ୱରେ ଶେରଗଡ଼ ଡାକ ବଙ୍ଗଳା ଠାରେ ୨୫ ଟି ଗାଡ଼ିକୁ ଯାଞ୍ଚ କରିଥିଲେ। ସେଥିରୁ ୭ ଟି ବାଲି ଟ୍ରାକ୍ଟର ବେଆଇନ ଭାବେ ବାଲି ଚାଲାଣ ହେଉଥିବାର ଜଣା ପଡ଼ିଛି ଗାଡ଼ିକୁ ଜବତ କରି ତହସିଲ କାର୍ଯ୍ୟାଳୟରେ ଅଟକ ରଖା ଯାଇଥିବା ସୂଚନା ମିଳିଛି।ସେଥି ମଧ୍ୟରୁ କିଛି ଟ୍ରାକ୍ଟର ଗାଡ଼ିର ପ୍ରଦୂଷଣ, ବୀମା, ଫିଟନେସ୍ ସାର୍ଟିଫିକେଟ୍ ନଥିବା ଜଣା ପଡ଼ିଛି। ଏହି ଚଢ଼ାଉରେ ଶେରଗଡ଼, ଆର.ଆଇ ବାବୁଲା ଦଳାଇ ଓ ଅମିନଙ୍କ ସହ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

(ରିପୋର୍ଟ – ଭିକୁ ନାୟକ। )

Comments (0)
Add Comment