ବେଆଇନ ବନ୍ଧୁକ ରଖି ୩ଗିରଫ ।

ଭଞ୍ଜନଗର, ୨୨/୦୪(ପିପିଟି):ଭଞ୍ଜନଗର ପୋଲିସ କୁ ମିଳିଛି ଏକ ବଡ଼ ଧରଣର ସଫଳତା।ଚେନାଇରେ ଆତଙ୍କ ସୃଷ୍ଟି କରି ପୋଲିସର ନିଦ ହଜେଇ ଦେଇଥିବା ତୋଫାନ ଭୂୟାଁ ଶେଷରେ ଭଞ୍ଜନଗର ପୋଲିସ ହାବୁଡ଼ରେ ପଡିଛି।ଚେନାଇର ବିଭିନ୍ନ ଥାନାରେ ଚୋରି, ଡକାୟତି, ରାହାଜାନୀ ଓ ଛିନତାଇ ଭଳି ୫୦ରୁ ଉର୍ଦ୍ଧ୍ବ କେସ ତୋଫାନ ନାମରେ ରହିଛି।ତୋଫାନକୁ ଧରିବା ପାଇଁ ଚେନାଇ ପୋଲିସ ଜାଲ ବିଛେଇଥିଲେ ମଧ୍ୟ ସଫଳ ହୋଇ ନଥିଲା। ପୁରୁଣା ୱାରେଣ୍ଟିକୁ ଧରିବା ପାଇଁ ଭଞ୍ଜନଗର ପୋଲିସ ଚଢ଼ାଉ ସମୟରେ ତୋଫାନ ସମେତ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସେମାନେ ହେଲେ ଭଞ୍ଜନଗର ଏନଏସି ରୋଡ୍‌ର ଡି. ମୁନା ରାଓ (୨୪) ,ଲାଲ ସିଂ ଗ୍ରାମର ୨ଜଣ ତୋଫାନ ଭୂୟାଁ ଓରଫ ସନ୍ତୋଷ ଏବଂ ଚିନୁ ପାତ୍ର (୨୪)।ସେମାନଙ୍କୁ ମଙ୍ଗଳବାର ଭଞ୍ଜନଗର ଥାନା କେସ ନମ୍ବର ୪୨୯/୨୫ ରେ ୩୦୮(୩)/୩(୫) ବିଏନ୍ଏସ୍ ୨୫ (୧-ବି)(ଏ)/୨୭ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଗିରଫ କରାଯାଇଛି।ଡି. ମୁନା ରାଓ ଏବଂ ତୋଫାନ ଭୂୟାଁଙ୍କ ନିକଟରୁ ୪ଟି ଜୀବନ୍ତ କାର୍ଟ୍ରିଜ୍ ସହ ୨ଟି ଦେଶୀ ନିର୍ମିତ ସିଙ୍ଗଲ୍ ସଟ୍ ବନ୍ଧୁକ ଜବତ କରାଯାଇଛି। ଡି. ମୁନା ରାଓ ବିରୁଦ୍ଧରେ ୱାରେଣ୍ଟ ଚଢାଉ ସମୟରେ ତୋଫାନ ଓ ଚିନୁକୁ ଗିରଫ କରାଯାଇଛି।ତଦନ୍ତ ସମୟରେ ତୋଫାନ ଭଳି ଏକ ଦୁର୍ଦ୍ଦାନ୍ତ ଅନ୍ତଃରାଜ୍ୟ ଖଳନାୟକର କାରନାମା ସାମ୍ନାକୁ ଆସିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ ଏବଂ ଗୁଳି ଜବତ କରାଯାଇଛି।ସେମାନଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣକୁ କରାଯାଇଛି ବୋଲି ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment