ବେଆଇନ ପଥର ଚାଲାଣ; ଡ୍ରାଇଭର ଗିରଫ ।

ଭଞ୍ଜନଗର,୦୧/୧୧(ପିପିଟି): ତାରସିଂ ଥାନା ପୁଲିସ ମଙ୍ଗଳବାର ସକାଳେ ପେଟ୍ରୋଲିଂ କରୁଥିବା ସମୟରେ ଗେରେଡା ନଦୀ ନିକଟରେ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ହେଲେ ଡ୍ରାଇଭର ଜାମ ଗରଡ଼ା ଗ୍ରାମର କବିରାଜ ରାଉତ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିନଥିଲେ। ଏହି ପଥର ସବୁ ଓଡ଼ଗାଁ ଅଞ୍ଚଳରୁ ଗେରେଡା ମାଣପୁର ଗ୍ରାମକୁ ଆସୁଥିବା ଜଣାପଡିଛି। ବେଆଇନ ମାଙ୍କଡ଼ା ପଥର ଚାଲାଣ ଅଭିଯୋଗରେ ପୁଲିସ ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ତାରସିଂ ଥାନା କେସ ନଂ ୩୫୧/୨୨ରେ ଏକ ମାମଲା ରୁଜୁ କରି ଡ୍ରାଇଭରକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment