ରଣପୁର,୦୨/୧୨(ପିପିଟି):ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ନେତୃତ୍ଵରେ କୋଇଲମା ଛକଠାରେ ଲୋଧାଚୁଆ,ବୃନ୍ଦାବନପୁର,ପିମ୍ପଲ, ଖଇରପଲ୍ଲୀ,ତାଳକଣି ଓ କୁଳାସର ପଞ୍ଚାୟତର ଜନସାଧାରଣଙ୍କ ତରଫରୁ ପୂର୍ବ ନିଷ୍ପତ୍ତି କ୍ରମେ ଆଜି ସକାଳ ୮ ଟା ଠାରୁ ଅନୁଷ୍ଠିତ ହୋଇଥିଲା ବେଳେ ସହ ସହ ଆନ୍ଦୋଳନ କାରୀ ଏଥିରେ ସାମିଲି ହୋଇଥିଲେ ଦୀର୍ଘ ତିନି ଘଣ୍ଟା କାଳ ସୁନାଖଳା ଓ ଚାନ୍ଦପୁର ରାସ୍ତା ଅବରୋଧ ଥିଲାବେଳେ ଦୁଇ ପାର୍ଶ୍ଵରେ ଗାଡି ମଟର ଅଟକି ରହିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ,ତହସିଲଦାର ଯୁଗଳ ମିଶ୍ର,ଓ ରଣପୁର ଥାନାଧିକାରୀ ରଶ୍ମିରଞ୍ଜନ ଦାସ ଉପସ୍ଥିତ ହୋଇ ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ସହ ୭ଦଫା ଦାବୀକୁ କାର୍ଯ୍ୟକାରୀ କରି ବେଆଇନ ଖଣି,ବ୍ଲାଷ୍ଟିଂ, ଓ କ୍ରସର ବନ୍ଦ କରିବା ସହ,ବେଆଇନ କାରୀଙ୍କ ବିରୋଧରେ ଦଣ୍ଡବିଧାନ କରିବା ଏବଂ ବ୍ଲାଷ୍ଟିଂ ରେ କ୍ଷତିଗ୍ରସ୍ତ ଘର ଓ ଜମିର ତଦ୍ଦନ୍ତ କରି କ୍ଷତି ପୁରଣ ଯୋଗାଇ ଦେବାର ଦୃଢ଼ ଲିଖିତ ପ୍ରତିଶୃତି ଦେଇଥିଲେ। ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଘୋଷଣା କରିବାରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଶରତ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ। ଆନ୍ଦୋଳନ ତରଫରୁ ଜିଲ୍ଲା ,ସ୍ଥାନୀୟ ପ୍ରଶାସନ ଓ ପୋଲିସି ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ।ରାସ୍ତା ରୋକ ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଥିଲା। ଜନଆନ୍ଦୋଳର ବିଜୟ ହୋଇ ଥିବାରୁ କ୍ରିୟାନୁଷ୍ଠାନ କମିଟି ତରଫରୁ ସମସ୍ତ ଆନ୍ଦୋଳନ କାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଆନ୍ଦୋଳନରେ ଗିରିଜାକାନ୍ତ ମହାପାତ୍ର,ସୁରେଶ ସ୍ବାଇଁ, ଭିକାରୀ ସାହୁ,ସତ୍ୟବ୍ରତ ନାୟକ, ସହଦେଵ ସାହୁ, କୈଳାସ ସାହୁ, ମହାଦେବ ମହାରଣା, ଟିକନ ପ୍ରଧାନ, ମୀନ ନାୟକ,କେଶବ ସାହୁ ,ଗୋପାଳ ଖୁଣ୍ଟିଆ,ଧନେଶ୍ୱର ବରାଡ଼,ପ୍ରକାଶ ଲେଙ୍କା, କିଶୋର ସାହୁ ପ୍ରମୁଖ ବକ୍ତବ୍ୟ ଦେବା ସହ ନେତୃତ୍ୱ ନେଇଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)