ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଜଣେ ଯୁବକ ଗିରଫ।

ପୋଲସରା ,୧୩/୦୮(ପିପିଟି) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପୋଲିସ ଥାନା ପକ୍ଷରୁ ବୁଗୁଡ଼ା ଥାନା ଅନ୍ତର୍ଗତ ତାମ୍ବିରି ଗ୍ରାମରେ ଚଢାଉ କରି ଏକ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ, ତାମ୍ବିରି ଗ୍ରାମର ସ୍ୱର୍ଗତ ଲଡୁ କିଶୋର ପ୍ରଧାନଙ୍କ ପୁଅ ବଳରାମ ପ୍ରଧାନ(୪୧)ଙ୍କୁ ବୁଗୁଡ଼ା ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ଏସବିଏମଏଲ ବନ୍ଧୁକ ଜବତ କରାଯାଇଛି। ଏହି ନେଇ ବୁଗୁଡ଼ା ପିଏସ୍ ମାମଲା ନଂ ୩୯୩/୨୬ ପ୍ରକାରେ ଅସ୍ତ୍ରଶସ୍ତ୍ର ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ପଞ୍ଜୀକୃତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡ଼ା ପୋଲିସ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ପ୍ରକାଶ କରିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment