ବେଲଗୁଣ୍ଠା,୦୮/୦୯(ପିପିଟି): ବେଆଇନ୍ ବାଲି ଚାଲାଣ ବେଳେ ଦୁଇ ଟ୍ରାକ୍ଟର ଚାଳକଙ୍କୁ ଗିରଫ ଗିରଫ କରିବା ସହିତ ଦୁଇଟି ଟ୍ରାକ୍ଟରକୁ ଜବତ କରିଛି ବେଲଗୁଣ୍ଠା ପୁଲିସ । ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଙ୍କା ନିକଟସ୍ଥ ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ପୁଲିସ କିରାପଲ୍ଲୀ ଠାରେ ଚଢ଼ାଉ କରି ସେଠାରୁ OD32C0124 ନମ୍ବର୍ ବିଶିଷ୍ଟ ଟ୍ରାକ୍ଟର୍ ଏବଂ OD32C0125 ନମ୍ବର୍ ବିଶିଷ୍ଟ ଡାଲା ଜବତ କରିବା ସହିତ ଏହାର ଚାଳକ ତାମନାଡ଼ ଗ୍ରାମର ମୁନା ନାଇକ (୨୭) କୁ ଗିରଫ କରିଥିଲା । ସେହିପରି ଏକ ନମ୍ବର୍ ବିହୀନ ଡାଲା ଯୁକ୍ତ ଟ୍ରାକ୍ଟର୍ କୁ ଜବତ କରିବା ସହିତ ଏହାର ଚାଳକ ଆମ୍ବପୁଆ ଗ୍ରାମର ସାରୀଆ ନାଇକକୁ ଗିରଫ କରିଥିଲା । ଏନେଇ ବେଲଗୁଣ୍ଠା ପୁଲିସ ମୁନା ବିରୁଦ୍ଧରେ ୨୭୨/୨୨ ଏବଂ ସାରୀଆ ବିରୁଦ୍ଧରେ ୨୭୩/୨୨ ରେ ଦୁଇଟି ପୃଥକ୍ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )