ବେଆଇନ୍ ବାଲି ଚାଲାଣ;ତିନି ଟ୍ରାକ୍ଟର ଜବତ; ତିନି ଗିରଫ ।

ବେଲଗୁଣ୍ଠା,୦୮/୦୭(ପିପିଟି):ଗୁରୁବାର ବେଲଗୁଣ୍ଠା ଥାନା ମଙ୍ଗଳପୁର ଏବଂ ବଙ୍କାର ନଦୀ ପଠାରୁ ବେଆଇନ୍ ବାଲି ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ପୋଲିସ ତିନୋଟି ଟ୍ରାକ୍ଟରକୁ ଜବତ କରିବା ସହିତ ଟ୍ରାକ୍ଟର ମାଲିକ ମାନଙ୍କୁ ଗିରଫ କରିଛି । ସୂଚନା ପ୍ରକାରେ ବେଆଇନ୍ ବାଲି ଚାଲାଣ ହେଉଥିବା ନେଇ ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ଚଢାଉ କରି ସେଠାରୁ ଟ୍ରାକ୍ଟର ମାଲିକ ଗୋଠଳି ଗ୍ରାମର ପ୍ରମୋଦ ନାୟକ (୫୪),ଅଜୟ ପ୍ରଧାନ (୩୭) ଏବଂ ଗୋଡ଼ି ପଲ୍ଲୀ ଗ୍ରାମର ବଳରାମ ଦାସକୁ ଗିରଫ କରିବା ସହିତ OD32D6855, OD32A8529 ଓ OD32A8530 ଏବଂ OF07E2355 ଓ OF07E2356 ନମ୍ବର୍ ବିଶିଷ୍ଟ ତିନୋଟି ଟ୍ରାକ୍ଟର ଜବତ କରିଥିଲେ । ଘଟଣା ନେଇ 202/22, 203/22 ଏବଂ 204/22 ରେ ତିନୋଟି ମାମଲା ରୁଜୁ ହୋଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment