ବେଲଗୁଣ୍ଠା,୧୨/୦୫(ପିପିଟି); ବେଆଇନ ଭାବେ ଖଣିଜ ଦ୍ରବ୍ୟ ଖନନ ଏବଂ ପରିବହନ ମାମଲାରେ ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିବା ଜଣା ପଡିଛି । ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମ ନିକଟରେ ବେଆଇନ୍ ଭାବେ ବାଲି ଉଠାଯିବା ସହ ଏହାର ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ସଦଳବଳେ ଘଟଣା ସ୍ଥଳରେ ଚଢ଼ାଉ କରି ଦୁଇଟି ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର୍ କୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫକରିଥିଲେ । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଗାଙ୍ଗପୁର ଥାନାରେ ଦୁଇଟି ପୃଥକ୍ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )