ବୃଦ୍ଧାଶ୍ରମରେ ନିଜ ଜନ୍ମଦିନ ପାଳିଲେ ବିମଳ ।

ବେଲଗୁଣ୍ଠା,୧୩/୦୯(ପିପିଟି): ବର୍ତ୍ତମାନ ଯୁବ ଗୋଷ୍ଠୀ ନିଜ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳିବାକୁ ପସନ୍ଦ କରୁଛନ୍ତି । ବିଶେଷ ଆଗ୍ରହୀ ଏବଂ ଶିକ୍ଷିତ ଯୁବକ ମାନେ ନିଜ ଜନ୍ମ ଦିନରେ ସମାଜ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ଦେଖାଯାଉଛି । ଏହିଭଳି ନିଆରା ଢ଼ଙ୍ଗରେ ନିଜ ଜନ୍ମ ଦିନକୁ ପାଳନ କରିଛନ୍ତି ବେଲଗୁଣ୍ଠା ନିକଟସ୍ଥ ତନରଡ଼ାର ଆଗ୍ରହୀ ଯୁବକ ବିମଳ ସ୍ୱାଇଁ । ସେ ଆଜି ନିଜ ୨୬ ତମ ଜନ୍ମ ଦିନ ଅବସରରେ ପୋଲସରା ବ୍ଳକ୍ ହାତୀଓଟ ସ୍ଥିତ ବୃଦ୍ଧାଶ୍ରମରେ ସମୟ ଅତିବାହିତ କରିଛନ୍ତି । ଏହି ଅବସରରେ ସେ ବୃଦ୍ଧାଶ୍ରମରେ ଥିବା ୪୦ ଜଣ ଅନ୍ତେବାସୀଙ୍କ ଖାଦ୍ୟ ପାନୀୟରେ ଅପ୍ୟାୟିତ କରିବା ସହିତ ଦିନ ସାରା ସେମାନଙ୍କ ସହ ରହି ତାଙ୍କ ସୁଖ ଦୁଃଖରେ ସାମିଲ୍ ହୋଇଥିଲେ । ଆଜିର କାର୍ଯ୍ୟକ୍ରମରେ ବିମଳଙ୍କୁ ତାଙ୍କ ବନ୍ଧୁ ସମ୍ଭ୍ରାନ୍ତ ପାଣିଗ୍ରାହୀ,ସୁଜିତ ବେହେରା, କାହ୍ନା ଆଚାରୀ, ସନ୍ତୋଷ ଜେନା ପ୍ରମୁଖ ସହଯୋଗ କରିଥିଲେ । ବିମଳଙ୍କ ଏହି ନିଆରା ପ୍ରୟାସ ପାଇଁ ବେଲଗୁଣ୍ଠା ଅଞ୍ଚଳବାସୀ ବିମଳଙ୍କ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment