ବୃକ୍ଷରେ ରାକ୍ଷୀ ବାନ୍ଧିଲେ ସରପଞ୍ଚ , ପ୍ରଧାନ ଶିକ୍ଷକ ଓ ଛାତ୍ର ଛାତ୍ରୀ।

ବୃକ୍ଷରେ ରାକ୍ଷୀ ବାନ୍ଧିଲେ ସରପଞ୍ଚ , ପ୍ରଧାନ ଶିକ୍ଷକ ଓ ଛାତ୍ର ଛାତ୍ରୀ।

ବୋଲଗଡ଼,୩୧/୦୮(ପିପିଟି):ପବିତ୍ର ରକ୍ଷାବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲେ ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ସରପଞ୍ଚ ପ୍ରଦୀପ ବାରିକ,ପୂର୍ବତନ ସରପଞ୍ଚ ବ୍ରଜରାଜ ରାଉତ,ୱାଡମେମ୍ବର ସଚିତ୍ର ସାହୁ ସହିତ ପଶ୍ଚିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ହରିବନ୍ଧୁ ତ୍ରିପାଠୀ,ବରିଷ୍ଠ ଶିକ୍ଷକ ପବିତ୍ର ବେହେରା, ଓ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତେକ ବୃକ୍ଷରେ ଫୁଲ ଚନ୍ଦନ ଦେଇ ରାକ୍ଷୀବାନ୍ଧି ରାକ୍ଷୀ ପୂର୍ଣୀମା ପାଳନକରିଥିଲେ। ଏହି ଅବସରରେ କିପରି ନୂତନ ବୃକ୍ଷ ରୋପଣ ସହିତ ବୃକ୍ଷର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ପରିଶେଷରେ ବୃକ୍ଷ ଆମର ବନ୍ଧୁ,ବୃକ୍ଷ ହିଁ ଜୀବନ ସ୍ଳୋଗାନ ଦେଇ ବୃକ୍ଷକୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment