ବୁଲା ଜୀବଜନ୍ତୁଙ୍କ ଖାଦ୍ୟ ଅର୍ଥରାଶି ଜଗତସିଂହପୁର ପୋୖରପରିଷଦରେ ସମ୍ପୂର୍ଣ୍ଣ ବାଟମାରଣା ।

ଜଗତସିଂହପୁର,୧୪/୦୫(ପିପିଟି) : ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବୁଲା ଜୀବଜନ୍ତୁଙ୍କ ଖାଦ୍ୟ ଜଗତସିଂହପୁର ମ୍ୟୁନିସିପାଲିଟି ରେ ସମ୍ପୂର୍ଣ୍ଣ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ମହାମାରୀ କରୋନାରେ ସାରା ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ, ଦୋକାନ ବଜାର ହୋଟେଲ ଏବଂ ଅନ୍ୟାନ୍ୟ ଖାଦ୍ୟ ଦୋକାନ ସବୁ ବନ୍ଦ ରହୁଥିବାରୁ ବୁଲା ଷଣ୍ଢ, ଗାଈ ଏବଂ କୁକୁର ମାନେ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଲକ ଡାଉନ ସମୟରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ମ୍ୟୁନିସିପାଲିଟି ମାଧ୍ୟମରେ ଏହି ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଣ ପାଇଁ କିଛି ଅର୍ଥ ବ୍ୟୟ ବରାଦ କରିଛନ୍ତି। ସେହି କ୍ରମରେ ଜଗତସିଂହପୁର ମ୍ୟୁନିସିପାଲିଟି କୁ ରାଜ୍ୟ ସରକାର ମଧ୍ୟ ଏହି ବୁଲା ଜୀବଜନ୍ତୁଙ୍କ ଖାଦ୍ୟ ଯୋଗାଣ ନିମନ୍ତେ ଅର୍ଥ ପ୍ରଦାନ କରିଛନ୍ତି। କିନ୍ତୁ ଜଗତସିଂହପୁର ମ୍ୟୁନିସିପାଲିଟି ପକ୍ଷରୁ ଏହି ଜୀବଜନ୍ତୁଙ୍କ ନିମନ୍ତେ କୌଣସି ଅର୍ଥ ଖର୍ଚ୍ଚ କରାଯାଉ ନ ଥିବା କିମ୍ବା ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ ନ ଥିବା ଦେଖାଯାଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟର ସମସ୍ତ ମ୍ୟୁନିସିପାଲିଟି ଅଞ୍ଚଳରେ ଏହି ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଗତ ୬ ତାରିଖ ଠାରୁ ପ୍ରଦାନ କରାଯାଇଥିବା ବେଳେ ଜଗତସିଂହପୁର ମ୍ୟୁନିସିପାଲିଟିରେ ଏଯାବତ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କଣ ପାଇଁ ଗ୍ରହଣ କରାଯାଇ ନାହିଁ, ତେଣୁ ସରକାରଙ୍କ ଦ୍ବାରା ପ୍ରଦତ୍ତ ଅର୍ଥରାଶି ସମ୍ପୂର୍ଣ୍ଣ ଭାବେ ବାଟମାରଣା ହୋଇଥିବା ସହଜରେ ଅନୁମେୟ। ଏହାକୁ ନେଇ ଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment