ବୁଲା ଗାଈଗୋରୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଭଞ୍ଜନଗର ଏନଏସି ।

ଭଞ୍ଜନଗର ୦୧/୧୨(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ମୁଖ୍ୟ ରାସ୍ତାରେ ଗତ କିଛି ମାସ ହେବ ବୁଲା ଗାଇ ଓ ବାଛୁରୀ ମାଳ ମାଳ ହୋଇ ବୁଲୁଥିଲେ। ବୁଲା ଗାଈ ବାଛୁରୀ ଙ୍କ ଯୋଗୁ ଜନସାଧାରଣ ଦୁର୍ଘଟଣାର ଶିକାର ହେଉଥିଲେ। ଏହା ସହରର ମୁଖ୍ୟ ରାସ୍ତା, ବସଷ୍ଟାଣ୍ଡ, ମହାବୀର ଛକ, ଷ୍ଟେଟବ୍ୟାଙ୍କ, ଭେଜିପୁଟ, ଖାଲାସାହି, ପୁରୁଣାବଜାର ସାହି ସମେତ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟ ଦେଖା ଦେଉଥିଲା। ଯାହାକୁ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଏନଏସି ପକ୍ଷରୁ ରାସ୍ତା ଉପରକୁ ଗାଇ ବାଛୁରୀ ଙ୍କୁ ନଛାଡିବା ପାଇଁ ଗାଇ ମାଲିକଙ୍କୁ ଅବଗତ କରାଯାଇଥିଲା। ଏହା ସତ୍ବେ ଗାଇ ମାଲିକ ମାନେ ପ୍ରଶାସନ କଥା ନଶୁଣି ପୁଣି ଗାଇ ବାଛୁରୀ ଙ୍କୁ ଛାଡିଥିଲେ। ଏନଏସି କର୍ତ୍ତୃପକ୍ଷଙ୍କ ବାରମ୍ବାର ତାଗିଦ ସତ୍ବେ ଗାଇ ମାଲିକ ଅମାନିଆ ହେବାରୁ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସୋମବାର ବିଭିନ୍ନ ରାସ୍ତା ଉପରେ ବୁଲୁଥିବା
୭ଟି ଗାଇ,୪ ଟି ବାଛୁରୀ କୁ ସ୍ବତନ୍ତ୍ର ଗାଡିରେ ଉଦ୍ଧାର କରାଯାଇଛି। ପରେ ଉକ୍ତ ଗାଇ ବାଛୁରୀ ଗୁଡିକୁ ଫୁଲବାଣୀ ରାସ୍ତାର ବନବିହାର ନିକଟରେ ସ୍ବତନ୍ତ୍ର ଗୁହାଳ କରାଯାଇ ରଖାଯାଇଛି। ସେଠାରେ ଉଦ୍ଧାର ଗାଇ ବାଛୁରୀ ଗୁଡିକୁ ଖାଦ୍ୟ ଓ ପାନୀୟ ମଧ୍ୟ ବ୍ୟବସ୍ଥା କରାଯାଇଛି। ଜୋରିମାନା ପରେ ପ୍ରକୃତ ମାଲିକଙ୍କୁ ଗାଇ ବାଛୁରୀ ଦିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା କହିଛନ୍ତି।ଆସନ୍ତା ଦିନରେ ଅମାନିଆ ଗାଇ ମାଲିକ ଙ୍କ ବିରୋଧ ରେ ମଧ୍ୟ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment