ବୁଲା ଗାଈଗୋରୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଦାବି।

ଭଞ୍ଜନଗର,୨୮/୧୦(ପିପିଟି): ଭଞ୍ଜନଗର ସହରରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି।ମାଲିକମାନେ ନିଜ ଗାଈଗୋରୁଙ୍କୁ ଗୁହାଳରେ ବାନ୍ଧି ରଖିବା ବଦଳରେ ଖୋଲା ଛାଡ଼ି ଦେଉଛନ୍ତି।ଯାହା ଫଳରେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି।ଏହି ସମସ୍ୟାର ସମାଧାନ ପାଇଁ ଏନଏସି ତରଫରୁ ବୁଧବାର ସହରରେ ବୁଲୁଥିବା ଗାଈଗୋରୁଙ୍କୁ କାଓ କ୍ୟାଚର ଭ୍ୟାନରେ ନେଇ ସହର ଠାରୁ ବହୁ ଦୂରଦୂରାନ୍ତ ସ୍ଥାନରେ ଛଡ଼ା ଯାଇଥିଲା।ହେଲେ ଏହି ଗୃହପାଳିତ ପଶୁମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କିଛି ଆଇନଜୀବୀ।ସେମାନଙ୍କ ମତରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ୧୦ଟି ବୁଲା ଗାଈଗୋରୁଙ୍କୁ ନେଇ ବଣ ଜଙ୍ଗଲରେ ଛାଡିବା ପରିବର୍ତ୍ତେ ଗୋ ଶାଳା, ଗୋ ସୁରକ୍ଷା ଆଶ୍ରମ ଭଳି ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ପାଇଁ ଗୁରୁବାର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଆଇନଜୀବୀ ଖରଂଶୁ ଶେଖର ଦାଶ,ରବୀନ୍ଦ୍ର ନାଥ ବେହେରା,ସତ୍ୟଜିତ ସାହୁ, ପ୍ରମୋଦ କୁମାର ବିଷୋୟୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment