ବୁର୍ଲା କିର୍ବା ଛକରେ ଗଡିଲା ମୁଣ୍ଡ: ତିନି ରାଉଣ୍ଡ ଗୁଳି ଫୁଟିଲା ।

ବୁର୍ଲା, ୨୯/୦୮ : ବୁର୍ଲା ସହରରେ ଧୀରେ ଧୀରେ ଅପରାଧ ପ୍ରବଣ ହେବାକୁ ବସିଲାଣି। ଆଜି ହଠାତ୍ ଦିନ ୧୧ ଟା ସମୟରେ କୀର୍ବା ଗ୍ରାମ ପବେଶ ଛକରେ ଜଣେ ମାଂସ ବୁକାଳିକୁ ଗୁଳିବିଦ୍ଧ କରି ହତ୍ୟା କଲା ତା ନିକଟରେ କାମ କରିଥିବା ଯୁବକ। ପ୍ରାୟ ତିନି ରାଉଣ୍ଡ ଗୁଳି ଫୁଟିଥିଲା। ମୃତକ ଜଣକ ହେଲେ ଅନିଶ କୁରେଶି(୪୦)।
ସୂଚନା ମୁତାବକ ମୃତକ ଅନିଶ ନିକଟରେ ଝାରସୁଗୁଡ଼ା ଅଂଚଳ ର ରାଜା ନାମକ ଯୁବକ କାମ କରିଥିଲା। ଆଜି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ରାଜା ଅତି ନିକଟରୁ ଅନିଶ ଉପରକୁ ତିନି ରାଉଣ୍ଡ ଗୁଳି ମାରିଥିଲା। ସେହି ସ୍ଥାନରେ ହିଁ ଅନିଶ ଟଳି ପଡିବା ସହିତ ତାର ଶୋଚନୀୟ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଭିସୁଟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳି ଯାଇଥିଲା। ତେବେ ଏଥିରୁ ପୁଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ସହିତ କିପରି ଭାବରେ ବନ୍ଧୁକ ରାଜା ନିକଟରେ ରହିଥଲା ତାହା ଏକ ବଡ ପ୍ରଶ୍ନ। ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଏହି ଦିନ ସର୍ବ ସମ୍ମୁଖ ରେ ଘଟିଥିବା ହତ୍ୟାକାଣ୍ଡ ପଛରେ କି ରହସ୍ୟ ରହିଛି ତାକୁ ଅପେକ୍ଷା। ପୁଲିସ ଏହି ଘଟଣାର ତଦନ୍ତ କରିବା ପରେ ହତ୍ୟାକାଣ୍ଡ ଉପ ରୁ ପରଦା ଉଠିବ।

Comments (0)
Add Comment