ବୁଦାଲୁଣ୍ଡି ଗାଁରେ ସୌରଚାଳିତ ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ।

ବ୍ରହ୍ମପୁର, ୨୫/୦୬(ପିପିଟି): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ବୁଦାଲୁଣ୍ଡି ଆଦିବାସୀ ଗାଁରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାନୀୟଜଳ ଯୋଗାଣ ପାଇଁ ପ୍ରକଳ୍ପ କାର୍ଯ୍ଯ ଆରମ୍ଭ ହୋଇଥିଲା। ବୋରୱେଲ ଓ ଫାଉଣ୍ଡେସନ ଖୋଳି ଅଧାପନ୍ତରିଆ ଅବସ୍ଥାରେ ତାକୁ ବନ୍ଦ କରିଦିଆଯାଇଛି। ପଞ୍ଚାୟତ ନିର୍ବାଚନ ସରିଲା ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଗଲା। ଲୋକଙ୍କ ଆବଶ୍ୟକତା ପ୍ରତି ନିର୍ବାଚିତ ପ୍ରତିନିଧି ସଚେତନ ନଥିବା ଭଳି ଅନୁଭବ ହେଉଛି। ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖୀ କାରବାର ଯୋଗୁ କାର୍ଯ୍ଯ ବାଧାପ୍ରାପ୍ତ ହେଉଛି। ସାଧାରଣ ଲୋକ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି। ଲୋକଙ୍କୁ ବିଶୁଧ ପାନୀୟଜଳ ଯୋଗାଣ ପ୍ରଚାର ସର୍ବସ୍ବ ପାଲଟିଛି। ବୁଦାଲୁଣ୍ଡି ଗ୍ରାମବାସୀ କିପରି ପାନୀୟଜଳ ପାଇବେ ସେଥିପ୍ରତି ପ୍ରଶାସନ ଓ ସରକାର ସେଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments (0)
Add Comment