ବୁଢ଼ାକେନ୍ଦୁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ।

ଭଞ୍ଜନଗର,୧୭/୦୫(ପିପିଟି): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଆଜି ସକାଳେ ଜଣେ ଯୁବକର ଝୁଲନ୍ତା ମୃତ ଦେହକୁ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ତଦନ୍ତ କରି ମୃତ ବ୍ୟକ୍ତିର ପରିଚୟ ପାଇବାରେ ସକ୍ଷମ ହୋଇଥିଲା। ସେ ହେଲେ କେନ୍ଦୁଝର ଜିଲ୍ଲାର ଦୟାନିଧି ମହନ୍ତ ଏବଂ ଆସ୍କା ଅଗ୍ନିଶମ କେନ୍ଦ୍ରର ଜଣେ କର୍ମଚାରୀ ଭାବେ ଏଠାରେ କାର୍ଯ୍ୟ କରୁଥିଲେ।ସୂଚନା ମୁତାବକ ଗତକାଲି ରାତିରେ ବୁଢ଼ାକେନ୍ଦୁ ରାସ୍ତାରେ ଅଗ୍ନିଶମ ବିଭାଗର ଜରୁରୀ ସେବା ଯୋଗାଉଥିବା ୧୧୨ ଗାଡିଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିବା ଦେଖିବାକୁ ମିଳିଥିଲା।ଆଜି ସକାଳେ ଖବର ପାଇ ଗାଙ୍ଗପୁର ପୋଲିସ ଗଛରୁ ଉକ୍ତ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣାପଡ଼ିଛି।କୋୖଣସି କାମରେ ଦୟାନିଧି ଏଠାକୁ ଆସି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ହେଲେ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment