ବୁଟିଗୁଡା ଠାରେ ସଂସ୍କୃତ ଦିବସ ପାଳିତ ।

ମାଲକାନଗିରି,୨୮/୦୮(ପିପିଟି): ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ମାଲକାନଗିରି ଜିଲ୍ଲା ଶାଖା ଆନୁକୂଲ୍ଯରେ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସଂସ୍କତ ଦିବସ ପାଳିତ ହୋଇ ଯାଇଛି । ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନନୀୟ ମାନସ କୁମାର ଜେନା ମହୋଦୟ ଯୋଗ ଦେଇ ପ୍ରାଚୀନ ଦେବ ଭାଷା ଏବଂ ଭାଷାମାନଙ୍କର ଜନନୀ ସଂସ୍କୃତ ଭାଷା ଏକ ଶ୍ରେଷ୍ଠ ଭାଷା ବୋଲି ବର୍ଣ୍ଣନା କରିଥିଲେ । ମାଲକାନଗିରି ଜିଲ୍ଲାର ସଂସ୍କୃତ ଶିକ୍ଷକମାନଙ୍କର ସରକାରୀ ନିୟମ ଆଧାରରେ ଯାହା ବି କାର୍ଯ୍ୟ ରହିଛି ବିନା ଦ୍ବିଧାରେ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ I ସରକାରୀ ସ୍ତରରେ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମସ୍ଯା ତୁରନ୍ତ ସମାଧାନ କରି ସେମାନଙ୍କ ଉପଯୁକ୍ତ ଦାବି ପୂରଣ କରିବାକୁ କହିଥିଲେ। ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଭ୍ରମରବର ମଲିକ ଯୋଗ ଦେଇ ସଂସ୍କୃତ ଭାଷା ସୁରକ୍ଷା ଓ ସଂସ୍କୃତ ଶିକ୍ଷକମାନଙ୍କ ସମସ୍ୟା ଉପସ୍ଥାପନ କରିବା ସହିତ ଏହାର ଆଶୁ ସମାଧାନ କରିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲାର ବରିଷ୍ଠ ସଂସ୍କୃତ ଶିକ୍ଷକ କରୁଣାକର ମଲିକ ଯୋଗ ଦେଇ ଶିକ୍ଷକମାନଙ୍କର ଏକତା ହିଁ ଆମର ବଳ । ଭାଷା ସୁରକ୍ଷା ଓ ପ୍ରଗତି ଆମ୍ଭମାନଙ୍କର ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ। ନିଜର ପରିଚୟ ନିଜେ ସୃଷ୍ଟି କରିବା ଉଚିତ।ଜିଲ୍ଲା ସଭାପତି ରଶ୍ମିତା ମହାରଣା ସଭାପତିତ୍ବ କରିଥିଲେ। ରାଜ୍ୟ ଦକ୍ଷିଣ ସମ୍ଭାଗ ସଂଯୋଜକ ପଣ୍ଡିତ ଗୋଦାବରୀଶ ଦାଶ ,ଶରତ କୁମାର ଦାଶ, ବାସୁଦେବ ପଣ୍ଡା, ସୁକୁମାର ପଣ୍ଡା, ପ୍ରଭାତ କୁମାର ବେହେରା, ଶୁଭ ସ୍ମିତା ନନ୍ଦ,ସୁପ୍ରୀତି କର,ରେଣୁବାଳା ସିଆଲ,ମମତା ପରିଡା । ଶେଷରେ ପଣ୍ଡିତ ସୁକୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ:ବରିଷ୍ଠ ସା୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାଗିରି)

Comments (0)
Add Comment