ପୋଲସରା,୨୫/୦୮ (ପିପିଟି) : ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୧, ତାରିଖ ୨୧/୮/୨୦୨୫ ପ୍ରକାରେ ଗଞ୍ଜାମ ଜିଲ୍ଲାର ୮ ଗୋଟି ବ୍ଳକର ୧୬ ଗୋଟି ପଞ୍ଚାୟତରେ ୧୬ଟି ଗୃପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ ଚଳିତ ଅଗଷ୍ଟ ମାସ ୨୪ ତାରିଖ ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସରକାରୀ ଯୋଜନା ଗ୍ରାମାଞ୍ଚଳରେ କିପରି କାର୍ଯ୍ୟକାରୀ ହେଉଅଛି ତାଲିମ ଗ୍ରହଣ କରୁଛନ୍ତି। ଏହି ପତ୍ର ପ୍ରକାରେ ବୁଗୁଡା ବ୍ଳକକୁ ୧୦ ଜଣ ଓଏଏସ ଅଫିସର ପ୍ରଶିକ୍ଷାର୍ଥୀ ଭାବେ ତାଲିମ ନେଉଛନ୍ତି। ଏହି ସମସ୍ତ ଅଫିସର ମାନଙ୍କୁ ବୁଗୁଡା ବ୍ଲକ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ମିଳିଥିଲା ସୂଚନା ପ୍ରକାରେ ବୁଗୁଡା ବ୍ଳକର ପାଙ୍ଗିଡି ଓ ତାକରଡା ଗ୍ରାମ ପଞ୍ଚାୟତରେ ଦୁଇଟି ଗୃପରେ ଏହି ୧୦ ଜଣ ଓଏଏସ ଅଫିସର ୭ ଦିନ ପାଇଁ ତାଲିମ ଗ୍ରହଣ କରିବେ। ପାଙ୍ଗିଡି ପଞ୍ଚାୟତରେ ସପ୍ତମ ଗୃପରେ ନିବେଦିତା ରାଉତ, ଦୀପ୍ତିରେଖା ବାଗ, ଦୀପ୍ତି ରଞ୍ଜନ ସାହୁ, ସରୋଜ କୁମାର ବେହେରା ଓ ଭବାନୀ ଶଙ୍କର ମହନ୍ତ ଏବଂ ତାକରଡା ପଞ୍ଚାୟତରେ ଅଷ୍ଟମ ଗୃପରେ ଅଭିଷେକ ସ୍ବାଇଁ, ସତ୍ୟ ପ୍ରକାଶ ମିଶ୍ର, ରାଜେଶ କୁମାର ସାହୁ, ମିତାଲି ମଧୁସ୍ମିତା ମିଶ୍ର ଓ ସିଦ୍ଧାର୍ଥ ଶେଖର ଦାସ ପ୍ରଶିକ୍ଷାର୍ଥୀ ଭାବେ ଏହି ୧୦ ଜଣ ଓଏଏସ ଅଫିସର ତାଲିମ ଗ୍ରହଣ କରୁଛନ୍ତି। ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଙ୍ଗିଡି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ସେଠୀ, ପିଇଓ ପ୍ରଫୁଲ କୁମାର ପ୍ରଧାନ ଓ ଏଡିଇଓ ଜ୍ୟୋତିର୍ମୟୀ ସ୍ୱାଇଁ ଏବଂ ତାକରଡା ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ, ପିଇଓ ସୁବ୍ରତ କୁମାର ଗଡନାୟକ ଓ ଜିଆରଏସ ଶଙ୍କର ମଲ୍ଲିକ ନୋଡାଲ ଅଫିସର ଭାବେ ପ୍ରଶିକ୍ଷାର୍ଥୀ ଓଏଏସ ଅଫିସର ବୃନ୍ଦଙ୍କୁ ସହଯୋଗ କରୁଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା