ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଧାୟକଙ୍କ ସଚେତନତା କାର୍ଯ୍ୟକ୍ରମ।

ବୁଗୁଡା,୩୧/୦୫(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ଭାମସ୍ୟାଳି, ବିରଞ୍ଚିପୁର, ବି.କରଡାବାଡ଼ି, ଗୋଳାବନ୍ଧ, ମାଣିତରା ଓ ଶଙ୍କୁରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ଲୋକମାନଙ୍କୁ କରୋନାର ଭୟାଭୟ ଉପରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି ଏବଂ ବାହାଘର ଭୋଜି ବନ୍ଦ,ସାମାଜିକ ଦୂରତ୍ୱ ଓ ଠିକ ଭାବେ ମାସ୍କ ପିନ୍ଧିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ସଚେତନ କାର୍ଯ୍ୟକ୍ରମରେ ବୁଗୁଡା ବିଡିଓ, ତହସିଲଦାର, ସିଡିପିଓ ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Comments (0)
Add Comment