ବୁଗୁଡା ଠାରେ ଇନଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଅନୁମଦନ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କ୍ରୀଡାପ୍ରେମି।

ବୁଗୁଡା,୧୧/୦୮(ପିପିଟି); ବୁଗୁଡା କ୍ରୀଡ଼ାପ୍ରେମୀ ଓ ବୁଦ୍ଧିଜୀବୀ,ଛାତ୍ର ଛାତ୍ରୀ,ବିଜୁ ଜନତା ଦଳର ସମସ୍ତ କର୍ମ କର୍ତ୍ତା ମାନେ ବୁଗୁଡା ଠାରେ ଏକ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଦାବି କରିଥିଲେ। ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଥିବା ହେତୁ ସମସ୍ତ କ୍ରୀଡ଼ାବିତ, ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଖେଳାଳି ମାନଙ୍କୁ କ୍ରୀଡା ଉପକରଣ ପ୍ରଦାନ କରିଛନ୍ତି।

Comments (0)
Add Comment