ପୋଲସରା,୧୩/୦୮ (ପିପିଟି) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ତ୍ରିରଙ୍ଗା ଶୋଭାଯାତ୍ଅରା ଅନୁଷ୍ଠିତ ହୋଇଯାଇଛି । ୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବିଶାଳ ତ୍ରିରଙ୍ଗା ପତାକାକୁ ଧରି ଛାତ୍ର, ଛାତ୍ରୀ ଓ ମହିଳା ବୃନ୍ଦଙ୍କ ସହର ପରିକ୍ରମା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ବୁଗୁଡ଼ା ବ୍ଳକ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କରେ ପିପୁଲସ ହାଇସ୍କୁଲ ଛକ ଦେଇ ବିରଞ୍ଚିନାରାୟଣ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏହି ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର, ବୁଗୁଡ଼ା ପୋଲିସ ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବୁଗୁଡ଼ା ଏନଏସି କାର୍ଯ୍ୟନର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା, ବୁଗୁଡ଼ା ଏବିଡିଓ ଧର୍ମରାଜ ପରିଡ଼ା, ବୁଗୁଡ଼ା ପିପୁଲସ କଲେଜ ଓ ବଳଦେବ ସ୍ବାମୀ ମହିଳା କଲେଜର ଅଧ୍ୟାପକ, ଅଧ୍ୟାପିକ ଓ ଛାତ୍ରଛାତ୍ରୀ ବୃନ୍ଦ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର, ତ୍ରିରଙ୍ଗା ଶୋଭାଯାତ୍ରାର ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ର, ସହ ସଂଯୋଜକ ସୁନୀଲ ପାଢ଼ୀ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପ୍ରଭାକର ପଣ୍ଡା, କେଦାରନାଥ ମହାରଣା, ସୁନୀଲ ପ୍ରଧାନ, କାର୍ତ୍ତିକ ମଙ୍ଗଳ, ଭଗବାନ ଜେନା, ଗଙ୍ଗାଧାର ନାୟକ, ହରିହର ସାହୁ, ଧରଣୀଧର ପଣ୍ଡା, ୟୁ ଯଜ୍ଞ ନାରାୟଣ ପାତ୍ର, ବସନ୍ତ ଦଳେଇ, ଡି ରେଶ୍ମା ପାତ୍ର, ୟୁ ଚନ୍ଦନା ପାତ୍ର, ଏନଏସି ର କାଉନସିଲର ଓ କର୍ମଚାରୀ ବୃନ୍ଦ, ସ୍ବଚ୍ଛ ସାଥି, ଅଙ୍ଗନୱାଡ଼ି କର୍ମୀ , ସିଆରପି , ଏମବିକେ, ସ୍ବୟଂ ସହାୟିକା ମହିଳା ଗୋଷ୍ଠୀଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା