ବୀରମହାରାଜପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ବାର୍ଷିକୋତ୍ସବ ପାଳିତ ।

ଉଲୁଣ୍ଡା ,୦୫/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରାଣୀପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ର ଦ୍ୱାଦଶ ବାର୍ଷିକୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ।ଭଗବାନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ବୀରମହାରାଜପୁର ତହସିଲଦାର ଆମ୍ବୃତଲାଲ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସମ୍ମାନିତ ଅତିଥି,ମୁଖ୍ୟବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ଅଧ୍ୟାପକ ପ୍ରକାଶ ସେଟ ଯୋଗଦେଇ ବୈଜ୍ଞାନିକ ଶେଷ କିସାନ ଭଳି ପରିଶ୍ରମି ହେବାକୁ ପରାମର୍ଶ ଦେଇଥିଲେ । ଟ୍ରଷ୍ଟ ର ସମ୍ପାଦକ ମନୋରଞ୍ଜନ ଦାଶ ସଭାପରିଚାଳନା କରିଥିବାବେଳେ, ନବାରୁଣ ଦେବଦତ୍ତ ଶତପଥୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଦ୍ବିତିକୃଷ୍ଣ ପଣ୍ଡା, ଯୋଗଦେଇଥିଲେ । ବିଭିନ୍ନ ବର୍ଗ ର ପାରଦର୍ଶିତା ଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା, କର୍ମଯୋଗୀ ସମ୍ମାନ ରେ ବୀରମହାରାଜପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ, ସାମ୍ବାଦିକ ଯୁଗଳ ମିଶ୍ର ଙ୍କୁ ସମାଜସେବୀ ପୁରସ୍କାର, କିଶୋର ହୋତା ଙ୍କୁ କର୍ମବୀର ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଆଲୋକ ଦେହେରି ଙ୍କୁ ପ୍ରକୃତିବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଅରମାନ ପଣ୍ଡା ଙ୍କୁ ମେଧା ସମ୍ମାନ ରେ ଓ ପ୍ରଦୀପ ମିଶ୍ର ଙ୍କୁ ଶ୍ରେଷ୍ଠ ଅଭିଭାବକ ଭାବରେ ସମ୍ମାନ ପ୍ରଦାନ କରାଯାଇ ଥିଲା । ଶ୍ରୀଅରବିନ୍ଦ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ରଶ୍ମିତା ଷଡ଼ଙ୍ଗୀ, ସମାଜସେବୀ କିଶୋର ହୋତା, ସାମ୍ବାଦିକ ସନାତନ ନାଗ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।ଶେଷରେ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଲ

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment