ବୀରମହାରାଜପୁର ରେ ଆନ୍ତର୍ଜାତୀୟ ମୁଷ୍ଟି ଯୋଦ୍ଧା ଦିବସ ପାଳିତ ।

ସୁବର୍ଣ୍ଣପୁର ,୨୭/୦୮(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ରେ ଆମେଚର ମୁଷ୍ଟିଯୋଦ୍ଧା ସଂଘ କାର୍ଯ୍ୟାଳୟ ପରିସର ରେ ଆନ୍ତର୍ଜାତିକ ମୁଷ୍ଟିଯୋଦ୍ଧା ଦିବସ ପାଳିତ ହୋଇଯାଇଛି l ଆନ୍ତର୍ଜାତିକ ମୁଷ୍ଟି ଯୋଦ୍ଧା ଦିବସ ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ଆମେଚର ମୁଷ୍ଟିଯୋଦ୍ଧା ସଂଘ ର ସଭାପତି ରମକୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟଅତିଥି ଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇ ବକ୍ସିଂ ଖେଳ କୁ ସୁବର୍ଣ୍ଣପୁର ରେ ପରିଚିତ କରିଥିବା ଖେଳାଳି ଓ କୋଚ ଏବଂ ଅବିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବକ୍ସିଂ ପାଇଁ ଓ ଖେଳାଳୀ ମାନଙ୍କ ସମସ୍ୟା କୁ ଦେଖି ବ୍ଲକ ପ୍ରଶାସନ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିଜ ମତ ରଖିଥିଲେ l କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଖେଳାଳୀ ତଥା ଚାଷୀ ନେତା ବିବ୍ୱାସତି ପଣ୍ଡା, ସଂଘ ର ଉପଦେଷ୍ଟା ଗିରିଜା ଶଙ୍କର ପଣ୍ଡା, ସାମ୍ବାଦିକ ନୀଳକମଳ ମିଶ୍ର, ସମାଜସେବୀ ଦୀପକ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଆମେଚର ମୁଷ୍ଟିଯୋଦ୍ଧା ସଂଘ କର୍ମକର୍ତ୍ତା ଙ୍କ ପ୍ରୟାସ କୁ ସାଧୁବାଦ୍ ଜଣେଇବା ସହିତ ସମସ୍ତ ଖେଳାଳି ମାନଙ୍କୁ ଖେଳ ରେ ବିଜେତା ହୁଅ କି ନ ହୁଅ ନିଜେ ସ୍ବାସ୍ଥ୍ୟବାନ ରହିବା ପାଇଁ ପରାମର୍ଶ ଦେଇଥିଲେ l ବକ୍ସିଂ ସଂଘ ର ଅନ୍ୟତମ ଉପଦେଷ୍ଟା ମାର୍ଗଦର୍ଶକ ଶିକ୍ଷକ ରାଜେଶ ମେଣ୍ଡିଲି ଉପସ୍ଥିତ ରହି ଆମେଚର ମୁଷ୍ଟିଯୋଦ୍ଧା ସଂଘ ର ପ୍ରଚେଷ୍ଟା ଲାଗି ରହିଥିବା ବେଳେ ବିଭିନ୍ନ ମହଲ ରେ ଆମ ଖେଳାଳୀ ମାନଙ୍କୁ ଅଣ ଦେଖା କରାଯାଉଥିବା ରୁ କ୍ଷେଭ ପ୍ରକାଶ କରିଥିଲେ ଏବଂ ସରକାରୀ ସ୍ତର ରେ ପ୍ରୋତ୍ସାହନ ମିଳିଲେ ରାଜ୍ୟ, ଆନ୍ତର୍ଜାତିକ ବକ୍ସିଂ ପ୍ରତିଯୋଗିତା ରେ ଆମ ଅଞ୍ଚଳ ର ଖେଳାଳୀ ଭାଗ ନେଇ ନିଜ ଅଞ୍ଚଳ ତଥା ଜିଲ୍ଲା ର ନାମ କରିପାରିବେ ବୋଲି କହିଥିଲେ l କୌଣସି ସରକାରୀ ସୁବିଧା ନ ପାଇ ଆମ ଖେଳାଳୀ ଜାତୀୟ ସ୍ତର ରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିସାରିଛନ୍ତି l ଏହି ଅବସର ରେ ଆମେଚର ମୁଷ୍ଟିଯୋଦ୍ଧା ସଂଘ ସମ୍ପାଦକ ବ୍ରଜ ଗୋପାଳ ପଣ୍ଡା ବକ୍ସିଂ ଖେଳ ରେ ବିଭିନ୍ନ କ୍ଷେତ୍ର ରେ ହେଉଥିବା ସୁବିଧା ଅସୁବିଧା ନେଇ ଆଲୋକପାତ କରିବା ସହ ବିଜେତା ଖେଳାଳୀ ଓ ଭାଗ ନେଇଥିବା ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ ପାଇଁ ନାମ ପଠନ କରିଥିଲେ ଏବଂ ସମସ୍ତ ଖେଳଳୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ l ଶେଷ ରେ ଆମେଚର ମୁଷ୍ଟିଯୋଦ୍ଧା ସଂଘ ଅନ୍ୟତମ ସଦସ୍ୟ ତଥା କୋଚ୍ କୃତିବାସ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment