ବୀରମହାରାଜପୁର ବିଧାୟକ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ।

ସୁବର୍ଣ୍ଣପୁର ,୨୨/୦୬(ପିପିଟି):ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଉକ୍ତ ସମୟରେ ଗତକାଲି ବାଇକ ଦୁର୍ଘଟଣାରେ ଆହତ ହୋଇ ଚମ୍ପାମାଳ ଗ୍ରାମର ରୋହିତ ହୋତା ନାମକ ଜଣେ ଯୁବକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ବିଧାୟକ ଶ୍ରୀ ଜଗଦଳା ତାଙ୍କୁ ସାକ୍ଷାତ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପରେ ବିଧାୟକ ଶ୍ରୀ ଜଗଦଳା ଅନ୍ୟ ସମସ୍ତ ବିଭାଗ ବୁଲି ଚିକିତ୍ସାଧୀନ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଡାକ୍ତରଖାନାର (ଅଗ୍ନି ନିରାପତ୍ତା) ବ୍ୟବସ୍ଥାର ଯାଞ୍ଚକରିବା ସହ ବିଭାଗୀୟ ଅଧିକାରୀଙ୍କୁ ସମସ୍ତ ପ୍ରକାର ଅବ୍ୟବସ୍ଥାର ତୁରନ୍ତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ପରିଦର୍ଶନ ସମୟରେ ଵୀରମହାରାଜପୁର ପୂର୍ବତନ ବ୍ଳକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ସୌମ୍ୟରଞ୍ଜନ ନାଏକ, ଜନାର୍ଦ୍ଦନ ଖମାରୀଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment