ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ରୋଗୀ କୁ ସହଯୋଗ କରିବାକୁ ଆସି ଦୁର୍ବ୍ୟବହାର ର ଶିକାର ହେଲେ ସମାଜସେବୀ ।

ଉଲୁଣ୍ଡା ,୦୫/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ରୋଗୀ କୁ ସେବା କରିବାକୁ ଆସି କର୍ମଚାରୀ ଙ୍କ ଦୁର୍ବ୍ୟବହାର ର ଶିକାର ହୋଇଥିବା ନେଇ ଆଜି ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କୁ ଲିଖିତ ଆକାର ରେ ଅଭିଯୋଗ କରିଥିବା ଦେଖାଯାଇଛି । ସୁଚନା ଅନୁସାରେ ଗତକାଲି ବଙ୍କିଆ ଗ୍ରାମର ଜୈନେକ ମହିଳା କୈାଣସି କାରଣ ରୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ବେଳେ ରକ୍ତର ଆବଶ୍ୟକ ବୋଲି ଡାକ୍ତର କହିବା ପରେ ଗରିବ ଅସହାୟ ମହିଳା ଙ୍କ ପରିବାର ବୀରମହାରାଜପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଟାନ ସିୟା ପରିବାର ର ସାହାର୍ଯ୍ୟ ସହଯୋଗ ପାଇଁ ଅନୁଷ୍ଟାନର ବରିଷ୍ଟ ସଭ୍ୟ ଦୁର୍ୟୋଧନ ମେହେର କୁ ସୁଚନାଦେଇଥିଲେ । ସୂଚନା ପାଇବା ପରେ ଶ୍ରୀ ମେହେର ଡାକ୍ତରଖାନା ରେ ପହଞ୍ଚି ରୋଗୀ ର ଭଳମନ୍ଦ ବୁଝିବା ସହ ରକ୍ତ ଆବଶ୍ୟକ ଥିବାରୁ ଡାକ୍ତରଖାନାର ଲାବଟେକନିସିଏନ ଙ୍କୁ ପଚାରିବା କୁ ଲାବ କୁ ଯାଇଥିଲେ । ସେତେବେଳେ ଟେକନିସିଏନ ଅନୁପସ୍ଥିତ ଥିବାରୁ କିଛି ସମୟ ଅପେକ୍ଷା ପରେ ମଧ୍ୟ ନ ଆସିବାରୁ ଫୋନ କରିଥିଲେ କିନ୍ତୁ ସେ ଫୋନ ଗ୍ରହଣ କରିନଥିବା ବେଳେ ବହୁ ସମୟ ପରେ ଡାକ୍ତରଖାନା କୁ ଆସିବା ପରେ ସମାଜସେବୀ ଶ୍ରୀ ମେହେର ଟେକନିସିଆନ ଲାକ୍ରା ବାବୁଙ୍କୁ ପଚାରିବାରୁ ଲାକ୍ରାବାବୁ ରାଗି ଯାଇ ବହୁ ରୋଗୀ ଏବଂ ରୋଗୀ ସମ୍ପର୍କୀୟ ଙ୍କ ସମ୍ବୁଖରେ ଶ୍ରୀ ମେହେରଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏଥି ଯୋଗୁଁ ସେ ମାନସିକ ଭାବେ ଆଘାତ ପାଇଥିବା ବେଳେ ଆଗ୍ରଣୀ ସ୍ବେଛାସେଵୀ ଅନୁଷ୍ଟାନ ର କର୍ମକର୍ତ୍ତା ଆଜି ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କ ଅନୁପସ୍ଥିତ ରେ ଡାକ୍ତରଖାନା ର ବ୍ଲକ ପ୍ରୋଗ୍ରାମ ମେନେଜର ଙ୍କୁ ଏ ନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ରକୁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ସୁବର୍ଣ୍ଣପୁର,ଜିଲ୍ଲାପାଳ ଏବଂ ଉପଖଣ୍ଡ ପୁଲିସ ଅଧିକାରୀ ଵୀରମହାରାଜପୁର ଙ୍କ ଗୋଚରାର୍ଥେ ପ୍ରଦାନ କରିଥିବା ଜଣାଯାଇଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment