ବି ଏଡ଼ କଲେଜରେ ଚିତ୍ରକଳା ପ୍ରଦର୍ଶନୀ।

‎ଭଞ୍ଜନଗର, ୦୬/୦୩(ପିପିଟି):ଭଞ୍ଜନଗର ଠାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର କଳାଭୂମିରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଏବଂ କଳା ଶିକ୍ଷକ ଅକ୍ଷୟ କୁମାର ସେଠୀଙ୍କ ମାର୍ଗଦର୍ଶନ ରେ ବି. ଏଡ୍. ପ୍ରଥମ ବର୍ଷର ଶହେ ଜଣ ଗୁରୁ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନ କରାଯାଇଛି।କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତି ରତ୍ନ ଗୁରୁ ନାରାୟଣ ମହାରଣା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ମହାବିଦ୍ୟାଳୟର ନମୁନା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ, ମନରେ ଉଙ୍କି ମରୁଥିବା ଭାବନାର ପ୍ରତିଛବି, କିଛି ନୂତନ ଚିନ୍ତାଧାରା ଓ ମଡ଼ର୍ଣ୍ଣ ଆର୍ଟ କୁ ନେଇ ପ୍ରସ୍ତୁତ ବହୁ ସୁନ୍ଦର ସୁନ୍ଦର ଚିତ୍ରକଳା ଏଥିରେ ସ୍ଥାନ ପାଇଛି।ଦେଖିଲେ ଲାଗୁଛି ସତେ ଯେମିତି ଛବି ଗୁଡ଼ିକ ଜୀବନ୍ତ ହୋଇ କଥା କହୁଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ରଞ୍ଜନ କୁମାର ନାୟକ, ଅମିତ୍ ମିସାଲ , କେ. ପ୍ରକାଶ ରେଡ଼ି , ଡକ୍ଟର ସତ୍ୟବାଦୀ ମାର୍ଥା, ପ୍ରକାଶ କୁମାର ସାହୁ , ସସ୍ମିତା ବେହେରା, ଶ୍ରୀହର୍ଷ ବାଲା, ଅଶ୍ଵିନୀ କୁମାର ସାହୁ, ବନଲତା ସାମଲ ଓ ଅଣଶିକ୍ଷକ କର୍ମଚାରୀ ଜ୍ୟୋତ୍ସ୍ନା କର, ମାନସ ସାଗର ବେହେରା,ଏମ୍. ରମେଶ କୁମାର , ରଙ୍କନିଧି ସାହୁ, ମନୁ ନାଏକ ଓ ଅନ୍ୟମାନେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ପ୍ରଥମ ଏବଂ ଦ୍ଵିତୀୟ ବର୍ଷର ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ସରକାରୀ ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉକ୍ତ ପ୍ରଦର୍ଶନୀରେ ଚିତ୍ର କଳା ଗୁଡ଼ିକ ବୁଲି ଦେଖିବା ସହ ଏହାର ଭରପୁର ମଜା ଉଠାଇ ଥିଲେ। ପ୍ରଥମ ବର୍ଷର ସମସ୍ତ ଶିକ୍ଷାର୍ଥୀମାନଙ୍କୁ ନିଜର ଚିତ୍ରକଳା ପ୍ରଦର୍ଶନ ସକାଶେ ଅତିଥିମାନେ ମାନପତ୍ର ପ୍ରଦାନ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment