ବିିଧାୟକ ହିମାଂଶୁଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ।

ଯାଜପୁର,୦୫/୦୭(ପିପିଟି ):ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଲୟରେ ବିଧାୟକ ହିମାଂଶୁ ଶେଖର ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅଧିବାସୀଙ୍କ ଆପତି ଅଭିଯୋଗ ଶୁଣୀ ସମସ୍ୟା ଗୁଡିକର ସମାଧନ କରିଛନ୍ତି । ବିଧାୟକ ଶ୍ରୀ ସାହୁ ବିଭିନ୍ନ ସାମଜିକ କାର୍ଯ୍ୟରେ ଯୋଗଦେବା ସହିତ ନିଜ କାର୍ଯ୍ୟାଳୟରେ ରହି ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣାଣି କରି ତାହାର ସମାଧାନ କରିବା ପାଇଁ ଉଦ୍ୟମ କରିଛନ୍ତି । ବିଜେପି ସରକାର ହେବାକୁ ୨ ବର୍ଷ ବିତିଯାଇଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଉନ୍ନତି ପ୍ରକଳ୍ପେ ବିଧାୟକ ଶ୍ରୀ ସାହୁ ଅନେକ ଯୋଜନା ପ୍ରସ୍ତୁତ କରିବା ସହିତ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ଏହି ଦୁଇ ବର୍ଷର୍ ଭିତରେ ବିଧାୟକ ଶ୍ରୀ ସାହୁ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରମରେ ଅନୁଷ୍ଠିତ ସାମାଜିକ କା୍‌ର୍ଯ୍ୟରେ ଯୋଗଦେବା ସହ ଅନେକବାର ନିଜ କାର୍ଯ୍ୟାଳୟରେ ରହି ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ଲାଗି ଉଦ୍ୟମ କରିଛନ୍ତି । ବିଧାୟକଙ୍କ କାର୍ଯ୍ୟରେ ସାଧାରଣ ଲୋକେ ବେଶ ଖୁସିରହିଥିବା ବେଳେ ବିରୋଧିମାନେ ଅସହିଶ୍ନୁ ହୋଇ ସାମାଜିକ ଗଣ ମାଧ୍ୟମରେ ବିଧାୟକଙ୍କ ଚରିତ୍ର ସଂହାର କରିବାକୁ ଅପଚେଷ୍ଟା ଚଳାଛନ୍ତି । ଯାହାକୁ ବିଧାୟକ ଭୃକ୍ଷେପ ନକରି ନିଜ କାର୍ଯ୍ୟରେ ଅଗ୍ରସର ହେଉଥିବା ବେଳେ ଜିଲ୍ଲା ଏବଂ ରାଜ୍ୟରେ ଜଣେ ପରିପକ୍ୱ ବିଧାୟକ ହେବାର ଶୌଭାଗ୍ୟ ଅର୍ଜନ କରିପାରିଛନ୍ତି । ବିଧାୟକ ଶ୍ରୀ ସାହୁଙ୍କ ଜନସାଧାରଣମାନଙ୍କ ପ୍ରତି ରହିଥିବା ସମର୍ପଣ ଭାବ ପାଇଁ ସେ ସଦାସର୍ବଦା ଲୋକମାନଙ୍କ ମନରେ ରହିଛନ୍ତି ।

Comments (0)
Add Comment