ବିହାରକୁ ୪-୨ରେ ହରାଇ ସୁନ୍ଦରଗଡ଼ ଫାଇନାଲରେ ।

ଭଞ୍ଜନଗର, ୨୬/୧୧(ପିପିଟି):ଭଞ୍ଜ ଟ୍ରଫି-୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ବିହାର ସହ ସୁନ୍ଦରଗଡ଼ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା। ଏକ ଚିତ୍ତାକର୍ଷକ ମ୍ୟାଚ୍ ରେ ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନଥିଲେ।ଏହି ସଂଘର୍ଷପୂର୍ଣ ମ୍ୟାଚ୍ ରେ ବାଧ୍ୟ ହୋଇ ରେଫରି ପେନାଲ୍ଟି ସୁଟ ଆଉଟର ଆଶ୍ରା ନେଇଥିଲେ।ଏଥିରେ ସୁନ୍ଦରଗଡ ଟିମ୍ ୪-୨ ଗୋଲରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲ୍ ରେ ପ୍ରବେଶ କରିଛି।ଆଜିର ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ସମ୍ମାନିତ ଅତିଥି ରୂପେ ଓକିଲ ସଂଘ ସଭାପତି ଲଷ୍ମୀକାନ୍ତ ମହାପାତ୍ର,ବିଇଓ ଲୋପାମୁଦ୍ରା ରଥ,ଡେପୁଟି କମାଣ୍ଡାଣ୍ଟ ଅଜୟ ମୁର୍ମୁ।ଆଜିର ମ୍ୟାଚ୍‌ ରେ ରେଫରୀ ରୋସନ ଖାନ୍ ଙ୍କୁ ଦେବବ୍ରତ ବେହେରା, ସୁଜିତ ରାଜହଂସ,ବିଚିତ୍ର ଜେନା, ମ୍ୟାଚ୍‌ କମିଶନର ପି ଆନନ୍ଦ ରାଓ ଓ ପି ରମେଶ ପରିଚାଳନା କରିଥିଲେ।ସୁଶାନ୍ତ କୁମାର ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ।ଆସନ୍ତା କାଲି ସମ୍ବଲପୁର ସହ ଭଞ୍ଜନଗର ମରାଠା ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

 

Comments (0)
Add Comment