ବିସିଟି ପକ୍ଷରୁ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ୨୦୨୦ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

କଟକ,୨୯/୦୭(ପିପିଟି) ; ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”, ଓଡ଼ିଶା(ବିସିଟି) ପକ୍ଷରୁ ଟ୍ରଷ୍ଟର ବିଭିନ୍ନ ଶାଖା ମାନଙ୍କରେ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ସମାଜିକ ଦୂରତା ବଜାଇରଖି ତଥା କରୋନା କଟକଣା ପାଳନ ପୂର୍ବକ ଟ୍ରଷ୍ଟର ୟୁନିଭରସାଲ ସ୍ଲୋଗାନ “ଗୋଟିଏ ମଣିଷ ଗୋଟିଏ ବୃକ୍ଷ” ନ୍ୟାୟରେ ନିଜନିଜ ଅଞ୍ଚଳ,ବାଡ଼ିବଗିଚା ଆଦି ବିଭିନ୍ନ ସ୍ଥାନରେ ଵୃକ୍ଷ ରୋପଣ କରି ଜଣେ ଅନ୍ୟ ଜଣକୁ ବାଜି ଲଗାଇ ପୁଣି ଅନ୍ୟଜଣେ ବାଜିକୁ ଗ୍ରହଣ ପୁର୍ବକ ଆଉ ଗୋଟିଏ ବୃକ୍ଷ ରୋପଣକରି ଏକ ନିଆରା ଢଙ୍ଗରେ ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ -୨୦୨୦ ପାଳନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଏହି କାର୍ଯ୍ୟରେ ଇଂ.ବିମଳ ଚନ୍ଦ୍ର ଦାସ,ପ୍ରିନ୍ସ ନନ୍ଦ,ସୁରଜ ବେହେରା,ଶିବ ପ୍ରସାଦ ଦାସ, ବିରେନ ରାଉତ, ଦେବାଶିଷ ଶାନ୍ତି, ସୂର୍ଯ୍ୟକାନ୍ତ ବାବୁ,କୁନମୁନ ଶାନ୍ତି, ଦେବେନ୍ଦ୍ର ଦାସ, ରଞ୍ଜିତ ବାରିକ, ସମ୍ବିତ ସାମଲ,ସରୋଜ ପ୍ରଧାନ, ସଂଗ୍ରାମ ସାହୁ,ତପନ ଜେନା, ଦେବାଶିଷ ଧଳ, ସତ୍ୟବ୍ରତ ସାମଲ, ଜୟନ୍ତ ଜେନା, ସୁଜାତା ସିଂହ, ନୟାଗଡ଼ ଶାଖାର ସମସ୍ତ ସଦସ୍ୟ, ପ୍ରଶାନ୍ତ ଦାସ,ସାଥୀ ପ୍ରକାଶ ଧଳ,ରଞ୍ଜନ ବାରିକ, ଅବଦୁଲ ୱାହିଦ ଖାନ,ତୋଫାନ ବେହେରା, ହେମନ୍ତ ଦାସ,ସତ୍ୟନାରାୟଣ ମହାରଣା, କାହ୍ନୁ ବାବୁ,ଵିଜୟ ଦାସ,ଇତିଶ୍ରୀ ଦାସ,ବସନ୍ତ ଭାସୁ,ନରେଶ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ଟ୍ରଷ୍ଟର କର୍ମକର୍ତ୍ତା ମାନଙ୍କର ଏପରି ମହନୀୟ ପରିବେଶ ସୁରକ୍ଷା କାର୍ଯ୍ୟକୁ ସାଧାରଣରେ ଉତ୍ସାହିତ କରିବା ସହ ଉଚ୍ଚ ପ୍ରସଂଶା କରାଯାଇଛି ।

Comments (0)
Add Comment