ବିଷ ପିଇ ମହିଳାଙ୍କ ଅତ୍ମହତ୍ୟା ।

ବେଲଗୁଣ୍ଠା,୧୭/୦୯(ପିପିଟି), ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଞ୍ଚାୟତର ବଡ଼ ସାଦରା ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଲେ ବଡ ସାଦରା ଗ୍ରାମର ସୂର୍ଯ୍ୟ ନାରାୟଣ ବିଷୋୟୀଙ୍କ ସ୍ତ୍ରୀ ସବିତା ବିଷୋୟୀ (୫୦), ଏନେଇ ସବିତାଙ୍କ ପୁଅ ନାରାୟଣ ବିଷୋୟୀ ଗାଙ୍ଗପୁର ଥାନାକୁ ସୂଚନା ଦେଇଥିଲେ । ନାରାୟଣଙ୍କ ସୁଚନା ପ୍ରକାରେ ସବିତାଙ୍କ ପୂର୍ବରୁ ମୁଣ୍ଡ ଦୋଷ ଥିବା ବେଳେ ସେ କାଲି ରାତିରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ଘଟଣା ସମ୍ପର୍କରେ ଆଜି ସକାଳେ ପରିବାର ଲୋକ ଜାଣିବା ପରେ ସବିତାଙ୍କୁ ଆସ୍କା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ସବିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୋଲିସ୍ ସୁତ୍ରରୁ ପ୍ରକାଶ । ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୨୪/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି I

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment