ବିଶ୍ୱ ରେଡ଼କ୍ରସ ଦିବସ ପାଳନ ସହିତ ଜଳଦାନ ଶିବିର ଅନୁଷ୍ଠିତ ।

ବେଗୁନିଆ,୦୮/୦୫(ପିପିଟି):ବେଗୁନିଆସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ଼କ୍ରସ ସୋସାଇଟି ତରଫରୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ରେଡ଼କ୍ରସ ପ୍ରତିଷ୍ଠାତା ହେନରୀ ଡୁନାଣ୍ଟଙ୍କ ଜୟନ୍ତୀ ଅବସରରେ ରେଡ଼କ୍ରସ କାଉନସେଲର ରିଶ୍ମାରାଣୀ ପାଇକରାୟଙ୍କ ତତ୍ଵାବଧାନରେ
ଶୁଭଲକ୍ଷ୍ମୀ ସାହୁ, ଆଶା ମୁର୍ମୁ ବିଦ୍ୟାର୍ଥୀଙ୍କ ମଧ୍ୟରେ “ରକ୍ତଦାନ ମହତ ଦାନ”ପ୍ରସଙ୍ଗ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ, ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ରେଡ଼କ୍ରସର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।
ତାହାପରେ ଉକ୍ତ ସୋସାଇଟି ଆନୁକୂଲ୍ୟରେ ବେଗୁନିଆ ବଜାର ନିକଟ ରାସ୍ତା କଡରେ ଜଳ ଦାନ ଶିବିରର ଆୟୋଜନ କରାଯାଇଥିଲା ।ରେଡ଼କ୍ରସ ଜୁନିୟର୍ସ ରାଜେଶ୍ଵରୀ ସାହୁ, ଲକ୍ଷ୍ମୀପ୍ରିୟା ସ୍ବାଇଁ,ଶୁଭସ୍ମିତା ପଣ୍ଡା, ଅଂଶୁମାନ ମାର୍ଥା,ରୋହଣ ସ୍ୱାଇଁ ପଦଯାତ୍ରୀ ଏବଂ ଯାନରେ ଭ୍ରମଣ କରୁଥିବା ପଥିକଙ୍କୁ ଦହି ସରବତ ବଣ୍ଟନ କରିଥିଲେ । ଶିବିର ନିକଟରେ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଶିବ କୁମାର ମୁନି, ବିଦ୍ୟାଳୟ କର୍ମଚାରୀ ବିରଞ୍ଚି ନାରାୟଣ ସାହୁ ଓ ବିଶ୍ୱରଞ୍ଜନ ପରିଡ଼ା ,ସ୍ଥାନୀୟ ଅଞ୍ଚଳର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ପୃଷ୍ଟି, ଶିକ୍ଷକ ମନମୋହନ ମିଶ୍ର ଏବଂ ମଳୟ ରଞ୍ଜନ ବେହେରା ସହଯୋଗ କରିଥିଲେ ।ପଥିକମାନେ ତୃଷା ନିବାରଣ କରିବା ସହ ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ରୌଦ୍ରତାପ ଜନିତ ପ୍ରକୋପରୁ ଆଶ୍ଵସ୍ତ ଅନୁଭବ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment