କୋଦଳା,୦୧/୧୨(ପିପିଟି):ସୋମବାର ଦିବା ୧୧ ଘଟିକା ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ମହାବିଦ୍ୟାଳୟର ଅଧ୍ଯକ୍ଷ ରଘୁନାଥ ମୁଦୁଲିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଶାସନିକ ଅଧିକାରୀ ରଂଜୁବାଳା ନନ୍ଦ କାର୍ଯ୍ୟକ୍ରମ ସମ୍ପର୍କେ ମତାମତ ରଖିଥିଲେ । ଏଡସ ର ନିରାକରଣ ନିମନ୍ତେ ସଚେତନତା ର ବାର୍ତା ଅଧ୍ୟକ୍ଷ ଦେଇଥିଲେ । ଅନ୍ତର ନିହିତ ଗୁଣାବଳୀ ସଂଯୋଜକ ସପନ କୁମାର ଦାଶ, ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ( ବାଳକ ୟୁନିଟ )ଡକ୍ତର ପ୍ରଦୀପ କୁମାର ପଣ୍ଡା ଓ (ବାଳିକା ୟୁନିଟ) ସାଗରିକ ଦାଶ,ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନର ସଂଯୋଜକ ଭବାନୀ ଶଙ୍କର ଆଚାର୍ଯ୍ୟ ଆଦି ଯୋଗଦେଇ ଏ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ବର୍ଣ୍ଣନା କରିଥିଲେ । ଜ୍ୟୋତି ପ୍ରଭା ସେଠୀ,ଜସ୍ମିନ ଦତ୍ତ,ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ଏ ଦିବସ ର ମହତ୍ୱ ସମ୍ପର୍କରେ କହିଥିଲେ । ଆଜିର ସଭା କାର୍ଯ୍ୟକୁ ଅଧ୍ୟାପିକା ପ୍ରିୟଦର୍ଶିନୀ ସାହୁ ସଂଯୋଜନା କରିଥିଲେ । ଜାତୀୟ ସେବା ଯୋଜନା ଓ ୟୁଥ ରେଡକ୍ରସ ର ମିଳିତ ଉଦ୍ୟମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଶ୍ୱ ଏଡସ ଦିବସ ପାଳନ ସଫଳ ହୋଇଥିଲା ।ପରିଶେଷରେ ଅଧ୍ୟାପକ ଭବାନୀ ଶଙ୍କର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)