ବିଶ୍ୱ ଆଦିବାସୀ ଦିବସ ପାଳିତ ।

କୋଦଳା,୦୯/୦୮(ପିପିଟି); ସୋମବାର ଘୋଡାପଡା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଡଭାବଣିଆ ଗ୍ରାମରେ ବିଶ୍ୱ ଆଦିବାସୀ ଦିବସ /ଐତିହାସିକ ଭାରତଛାଡ଼ ଆନ୍ଦୋଳନର ୭୯ତମ ବାର୍ଷିକୀ ପାଳିତ ହୋଇଯାଇଛି ।ଭିଟାମାଟି ସୁରକ୍ଷା ଅଭିଯାନ ଗଞ୍ଜାମ ଓ ମିତ ଆଞ୍ଚଳିକ ଆଦିବାସୀ ସଂଗଠନ ଆନୁକୂଲ୍ୟ ତଥା ବିଜୟ ସ୍ବାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଡଭାବଣିଆ, ଡଭାବଣିଆ ନୁଆଁ ସାହି, ତେଲିମାଳ,ବିଶିତା, ରାଈପଡା ,ଜାନିବିଲି, ଗାମଣ୍ଡା,ସମେତ ୭୦ଗ୍ରାମର ୨୫୦ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ସଦସ୍ୟ ଯୋଗଦେଇଥିଲେ !ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ଯୋଗଦେଇ ଆଦିବାସୀ ଭାଇ ଭଉଣୀ ଶିକ୍ଷିତ ହୁଅ,ନିଜ ପରମ୍ପରା, ଭାଷା, ସଂସ୍କୃତି କୁ ବଞ୍ଚାଇ ନିଜଗୋଡ଼ରେ ନିଜେ ଠିଆ ହୋଇ ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଜୟ ସ୍ୱାଇଁ ବକ୍ତା ଭାବେ ବିର୍ଷାମୁଣ୍ଡା, ଲକ୍ଷ୍ମଣ ନାୟକ, ଧରଣୀ ଭୂୟାଁଙ୍କ ସ୍ମୃତି ଚାରଣ କରିବା ସହିତ ସମସ୍ତେ ଏକତ୍ରିତ ହୋଇ ପ୍ରତ୍ୟକ ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ ।ସମ୍ମାନିତ ଅତିଥି ଭାବେ ଘୋଡାପଡା ସମିତିସଭ୍ୟ ରମେଶ ପ୍ରଧାନ ଯୋଗଦେଇଥିବା ବେଳେ ରମେଶ, ପିତାମ୍ବର, ସୁମନ,ଶରତ, ଅନୁ, ଶରତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
(ରିପୋର୍ଟ- ସୂର୍ଯ୍ଯ ନାରାୟଣ ବଡୁ। )

Comments (0)
Add Comment