ବିଶ୍ଵ ବନ ଦିବସ ମହାସମାରୋହରେ ପାଳିତ ।

ପୋଲସରା, ୨୧/୦୩(ପିପିଟି) : ସ୍ଥାନୀୟ କନକ ଦୁର୍ଗା ବିଦ୍ୟା ପୀଠ ମଧୁସୂଦନପୁର ରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପୋଲାଇ ଙ୍କ ନିର୍ଦ୍ଦେଶ ରେ ଓ ସ୍କାଉଟ ଶିକ୍ଷକ ବିକ୍ରମ ମହାରଣା ଙ୍କ ତତ୍ତ୍ଵାବଧାନରେ ବିଶ୍ଵ ବନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ର ସ୍କାଉଟ ମାନେ ପ୍ଲାକାର୍ଡ ଧରି “ପିଲା ଟିଏ ଗଛ ଟିଏ “, ” ରହିଲେ ବନ ବଞ୍ଚିବେ ଜନ “, “ମୁଁ ବଞ୍ଚିଲେ ତୁମେ ବଞ୍ଚିବ ” , ” ଗଛ ଆମକୁ ଅମ୍ଳଜାନ ଦିଏ”, “ଜଙ୍ଗଲ କୁ ସୁରକ୍ଷା ଦିଅନ୍ତୁ” , ” ପରିବେଶ ସୁରକ୍ଷିତ ରଖନ୍ତୁ” , ” ଗଛ ଗଛ ଗଛ ଆଉ ସବୁ ପଛ ” ଇତ୍ୟାଦି ସ୍ଲୋଗାନ ଦେଇ ବନ ର ସୁରକ୍ଷା ନେବା ପାଇଁ ସ୍କାଉଟ ମାନେ ଶପଥ ପାଠ କରିଥିଲେ।ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗଛ ର ମହତ୍ତ୍ଵ ଓ ଜଙ୍ଗଲ ର ସୁରକ୍ଷା ନିମନ୍ତେ ଆମର ଭୂମିକା ସମ୍ପର୍କରେ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଯଥା ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ବିକ୍ରମ ମହାରଣା,ପ୍ରହଲ୍ଲାଦ ସାହୁ, ଗୀତା ବିଷୋୟୀ , ସୁବୋଧ କାନ୍ତ ସେଠି, ଅଜିତ କୁମାର ଦଳାଇ , ନାରାୟଣ ସାହୁ ଉପସ୍ଥିତ ଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment