ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ପୋଲସରା ବନ ବିଭାଗ ପକ୍ଷରୁ ଚାରା ରୋପଣ ଏଵଂ ବଣ୍ଟନ।

ପୋଲସରା,୦୬/୦୬(ପିପିଟି) : ବିଶ୍ଵ ପରିବେଶ ଦିବସ-୨୦୨୫ ଉପଲକ୍ଷେ ପୋଲସରା ବନ ବିଭାଗ ପକ୍ଷରୁ ଚାରା ରୋପଣ ଏଵଂ ବଣ୍ଟନ କାର୍ଯ୍ୟକ୍ରମ ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିନସ୍ଥ ଭାବରଡ଼ା ସେକସନ୍ ଅନ୍ତର୍ଗତ ଲୁଣିଆପଡା ଜଙ୍ଗଲ ସମେତ କଳିଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ କନିଆରିରେ ୧୧୦ ଗୋଟି ଚାରାରୋପଣ କରାଯାଇଥିବା ବେଳେ ପୋଲସରା ବ୍ଲକର ମୋଟ୍ ୨୬ ଗୋଟି ଗ୍ରାମ ପଞ୍ଚାୟତକୁ ୧୧୦ଟି ଲେଖାଏଁ ବିଭିନ୍ନ କିସମର ଚାରା ବଣ୍ଟନ କରାଯାଇଛି। ଏହି ଅବସରରେ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଏସିଏଫ୍ ରଜତ କୁମାର ମିଶ୍ର, ଭାବରଡା ବନପାଳ ଭୋଳେଶ୍ୱର ମଲ୍ଲିକ, ପୋଲସରା ବନପାଳ ମୁନା ଦାଶ ଓ ବନ କର୍ମଚାରୀମାନଙ୍କ ସମେତ ପାଣ୍ଡିରିପଡା ସରପଞ୍ଚ ପ୍ରତିନିଧି ମନମୋହନ ଗୌଡ଼, ଭାବରଡା ସମିତିସଭ୍ୟା ଜ୍ୟୋତ୍ସ୍ନା ବିଷୋୟୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment