ରଣପୁର,୦୧/୦୫(ପିପିଟି):ମଇ ପହିଲା ବିଶ୍ୱ ଶ୍ରମିକ ଦିବସ ପରିପ୍ରେକ୍ଷୀରେ ରଣପୁର ସହୀଦ ରଘୁ ଦିବାକର ଭବନରେ ସି ଆଇ ଟି ୟୁ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୮ଟା ସମୟରେ ଶ୍ରମିକ ମାନଙ୍କର ଲାଲଝଣ୍ଡାକୁ ଶ୍ରମିକ ନେତା ଭିକାରି ଚରଣ ସାହୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିବା ସହିତ ସହୀଦ ବେଦୀରେ ମାଲ୍ୟାର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଆଲୋଚନା ସଭାରେ ବକ୍ତା ମାନେ ଶ୍ରମିକ ଦିବସର ବିଶେଷତ୍ୱ ସହ ଆଜିର ଦିନରେ ଶ୍ରମିକ ମାନଙ୍କ ର ସମସ୍ୟା ପାଇଁ ପୁଞ୍ଜିବାଦୀ ଓ ସାମ୍ୟବାଦୀ ନୀତିକୁ ଅନୁସରଣ କରୁଥିବା ସରକାରଙ୍କୁ ଦାୟୀ କରିଥିଲେ। ୪୪ଶ୍ରମିକ ଆଇନକୁ ବାତିଲକରି ବର୍ତ୍ତମାନ ବିଜେପି ମୋଦି ସରକାର ଗ୍ରହଣ କରିଥିବା ୪ଟିଶ୍ରମିକ କୋଡ ଯାହାକି ସମ୍ପୂର୍ଣ୍ଣ ଶ୍ରମିକ ସ୍ୱାର୍ଥବିରୋଧିତାକୁ ବାତିଲ୍ ନିମନ୍ତେ ଦୃବାର ଆନ୍ଦୋଳନ ଗଢ଼ି ତୋଳିବା ବକ୍ତାମାନେ ଆହ୍ବାନ ଦେଇଥିଲେ। ତତ୍ ସହିତ ଚାଷୀ ବିରୋଧୀ କଳାକୃଷି ଆଇନ,ଆକାଶଛୁଆଁ ଦରଦାମ ବୃଦ୍ଧି ଓ ସମ୍ପ୍ରଦାୟକ ବିଦେଷ୍ୱ ବିରୋଧ ରେ ଶ୍ରମିକ ଓ କୃଷକ ମାନେ ଏକତା ଭାବରେ ଆନ୍ଦୋଳନ ପାଇଁ ଆଜି ଦିନରେ ଶପଥ ଗ୍ରହଣ କରିଥିଲେ। ଏହି ଆଲୋଚନା ସଭାରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, କ୍ଷତ ମଜଦୁର ନେତା ନିତ୍ୟାନନ୍ଦ ପରିଡା ଓ ଦଃସାସନ ଜେନା, ଶ୍ରମିକ ନେତା ସୁରେଶ ସ୍ବାଇଁ, ସଜୁକ୍ତା ସେଠୀ, ସୁକାନ୍ତୀ ଜେନା, ରଂଜୁବାଳା ସାହୁ, କୁଳମଣି ପଲେଇ ପ୍ରମୁଖ ବକ୍ତବ୍ୟ ଦେଇ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )