ବିଶ୍ବ ପାଇଖାନା ଦିବସ ପାଳିତ ।

ମାଲକାନଗିରି,୧୯/୧୧(ପିପିଟି): ବାଲିମେଳା ଏନଏସିର ବିବେକାନନ୍ଦ ସ୍ମାର୍ଟ ସ୍କୁଲ ଛାତ୍ରଛାତ୍ରୀ ମାନେ ବିଶ୍ୱ ପାଇଖାନା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଆଜି ବିଦ୍ୟାଳୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଇଖାନା ଦିବସ ଉପଲକ୍ଷେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜ ନିଜର ବତ୍କୃତା ପ୍ରଦାନ କରିଥିଲେ। ପରେ ଏକ ସଚେତନତା ରାଲି ରେ ସମସ୍ତ ଛାତ୍ରଛାତ୍ରୀମାନେ ପ୍ଲା କାର୍ଡ ଧରି ସ୍ୱଚ୍ଛ ଅଭିଯାନ ନେଇ ବିଭିନ୍ନ ସ୍ଲୋଗାନ ଦେଇ ବସ୍ତି ଅଞ୍ଚଳ ସମେତ ନଗର ପରିକ୍ରମା କରିଥିଲେ। ତେବେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସହଯୋଗ ନାମକ ଏକ ସମାଜସେବୀ ସଂସ୍ଥା ଆୟୋଜନ କରିଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗ ଟିମ ମୁଖ୍ୟ ଟୁକୁଲୁ ପ୍ରଧାନ, ଦୀପକ ଦାସ, ବିଦ୍ୟାଳୟ ପରିଚାଳକ ନରେଶ ସାମଲ, ୨ନଂ ୱାର୍ଡ କାଉନସିଲର ବିମଳ ବେହେରା, ୩ ନଂ ୱାର୍ଡ କାଉନସିଲର ମନୋଜ ପାଙ୍ଗିଙ୍କ ସମେତ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment