ବିଶ୍ବ ପରିବେଶ ଦିବସ ସପ୍ତାହ ପାଳନ ଅବସରରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ।

ସୁବର୍ଣ୍ଣପୁର ,୦୩/୦୭(ପପିପିଟି):ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବିଶ୍ବ ପରିବେଶ ଦିବସ ସପ୍ତାହ ପାଳନ ଅବସରରେ ମା’ ପାଇଁ ଗଛଟିଏ ଅଭିଯାନ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରି କାର୍ଯ୍ୟକ୍ରମକୁ ଜିଲ୍ଲାର ସବୁ ସ୍ତରରେ ବ୍ୟାପକ କରିବା ନିମନ୍ତେ ଯତ୍ନବାନ ହେବାକୁ କହିବା ସହ ପ୍ରଶାସନ ତରଫରୁ ଅଧିକରୁ ଅଧିକ ଗଛ ଲଗାଇବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ | ଏହା ଏକ ସୁନ୍ଦର ଅଭିଯାନ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ଜନାଦୃତ କରିବା ନିମନ୍ତେ ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ୱାନ କରିଛନ୍ତି । ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଡିଏଫଓ , ମଦନଲାଲ ଶର୍ମା, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଲ୍ଲା ପର୍ଯ୍ୟଟନ ଅଧୂକାରୀ ରବୀନ୍ଦ୍ର ଦଳେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ନାଜିର ସହଦେଵ ମେହେର ପ୍ରମୁଖ ଯୋଗଦାନ କରି ସ୍ଵ ହସ୍ତରେ ଚାରା ରୋପଣ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment