ବିଶ୍ବ ଏଡ଼ସ ଦିବସ ପାଳିତ।

କୋଦଳା,୦୧/୧୨(ପିପିଟି):ରବିବାର କୋଦଳା ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼ସ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅର୍ଥଶାସ୍ତ୍ର ଅଧ୍ୟାପକ ପଞ୍ଚାନନ ଦାସ ସଭାପତିତ୍ୱ କରି ଏଚ.ଆଇ.ଭି. ଏଡ଼ସ ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଏଥି ସହ ୟୁଥ ରେଡ଼କ୍ରସ କାଉନସିଲର ସନ୍ଧ୍ୟାରାଣୀ ତରାଇ,ନିଜର ଅଧିକାରକୁ ସଠିକ ମାର୍ଗରେ ଅନୁସରଣ କରି,କିପରି ଏଚ.ଆଇ.ଭି. ମୁକ୍ତ ପରିବେଶ ଏବଂ ସମାଜ ଗଠନ କରିପାରିବେ,ସେ ସମ୍ପର୍କରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଶେଷରେ ଏହି କାର୍ଯ୍ୟକ୍ରମ ରେ ଭଗନେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ବିଧ୍ୟାଳୟରୁ ଏଚ.ଆଇ.ଭି ଏଡ୍ସ ସଚେତନତା ଉପରେ ଏକ ରାଲି ଗୌରାଦେଇ ଗ୍ରାମ ଅଭିମୁଖେ ବାହାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଆଶୁତୋଷ ସାହୁ,ଅଧ୍ୟାପିକା ପ୍ରିୟଙ୍କା ସାହୁ ତଥା ଅନ୍ୟାନ୍ୟ ଶିକ୍ଷକ , ଅଣଶିକ୍ଷକ ଏବଂ ବିଶେଷକରି ଛାତ୍ରଛାତ୍ରୀଙ୍କ ବିପୁଳ ସହଯୋଗ ମିଳିଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment