ବିଶ୍ବକର୍ମା ସମାଜ ଯୁବ ସଙ୍ଘର ନିର୍ବାଚନ ଏବଂ ନୂତନ କମିଟି ଗଠନ।

ପୋଲସରା,୦୧/୦୯ (ପିପିଟି): ଆଠଗଡ଼ ତାଲୁକା, ପୋଲସରା ମୁଠା ବିଶ୍ବକର୍ମା ସମାଜ ଯୁବ ସଙ୍ଘର ନିର୍ବାଚନ ଏବଂ ନୂତନ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୋଲସରା ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱକର୍ମାଙ୍କ ମନ୍ଦିରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆଠଗଡ଼ ତାଲୁକା ପୋଲସରା ମୁଠା ସଭାପତି ମଦନ ମୋହନ ମହାରାଣା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ବିକ୍ରମ ମହାରାଣା ସମ୍ପାଦନା କରିଥିଲେ। ଏଥିରେ ଆଠଗଡ଼ ତାଲୁକା ଭିତିରିମୁଠାର ପୋଲସରା ମୁଠା ସମେତ ଖଲାଡ଼ି ମୁଠା, ଘାଟିପାରି ମୁଠା,ବରିଡ଼ା ଖଣ୍ଡ ମୁଠା ଏବଂ ଦକ୍ଷିଣ ଓଡ଼ିଶା ବିଶ୍ବକର୍ମା ସମାଜ (ବଢ଼େଇକୁଳି) ସହବନ୍ଧିତ ୨୨ ତାଲୁକାର ରାଜଶ୍ରୀ ଦଣ୍ଡପାଟ,ରାଜଶ୍ରୀ ସଭାପତି ଓ କର୍ମକର୍ତ୍ତାଗଣ ଯୋଗଦେଇଥିଲେ। ଏହି ଅବସରରେ ଯୁବ ସଙ୍ଘର ସଦସ୍ୟବୃନ୍ଦଙ୍କ ସର୍ବ ସହମତି କ୍ରମେ ସୀମାଞ୍ଚଳ ମହାରାଣା (ଗୋଠଳି) ଙ୍କୁ ସଭାପତି, ପ୍ରଦୀପ ମହାରାଣା (ପୋଲସରା ମୁଠା) ଙ୍କୁ ସମ୍ପାଦକ, ଟୁନା ମହାରାଣା ଓ ମଙ୍ଗୁଳୁ ମହାରାଣା (ପୋଲସରା ମୁଠା) ଉଭୟଙ୍କୁ ଉପସଭାପତି, ଗୋବର୍ଦ୍ଧନ ମହାରାଣା (ପୋଲସରା ମୁଠା) ଙ୍କୁ ଯୁଗ୍ମ ସମ୍ପାଦକ, ଅରୁଣ ମହାରାଣା (ରାଣୀପଡ଼ା ମୁଠା) ଙ୍କୁ କୋଷାଧ୍ୟକ୍ଷ ଏବଂ ଉପଦେଷ୍ଟା ମଣ୍ଡଳୀରେ ରତ୍ନାକର ମହାରାଣା, ଯୋଗେନ୍ଦ୍ର ମହାରାଣା, ଲକ୍ଷ୍ମୀଧର ମହାରଣା ପ୍ରମୁଖଙ୍କୁ ଚୟନ କରାଯିବାସହ ସନ୍ନ୍ୟାସୀ ମହାରାଣା, ମିଥୁନ ମହାରାଣା, ବୁଦ୍ଧିରାମ ମହାରାଣା, ବସନ୍ତ ମହାରାଣା ଓ ଶଙ୍କର ମହାରାଣା ଏହି ୭ ଜଣଙ୍କୁ ସଦସ୍ୟଭାବେ ଭାବେ ଚୟନ କରାଯାଇଥିଲା। ଏହି ୧୧ ଜଣିଆ ସଦସ୍ୟ ବିଶିଷ୍ଟ ନୂତନ ପରିଚାଳନା କମିଟି ଆଗାମୀ ପାଞ୍ଚ ବର୍ଷ ସକାଶେ ସଂଘର ଉନ୍ନତି ଏବଂ ବିକାଶ ପାଇଁ କାର୍ଯ୍ୟକରିବେ।
ପରେ ନୂତନ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କୁ ସଂଘ ତରଫରୁ କରତାଳି ମଧ୍ୟରେ ସ୍ଵାଗତ କରାଯିବା ସହିତ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସମ୍ବର୍ଦ୍ଧିତ ନୂତନ କର୍ମକର୍ତ୍ତା ଏବଂ ସଦସ୍ୟମାନେ କୁଳ ଇଷ୍ଠ ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ସାକ୍ଷୀ ରଖି ସଂଘର ସର୍ବାଙ୍ଗିନ ଉନ୍ନତି ଏବଂ କଲ୍ୟାଣ ନିମନ୍ତେ ଶପଥ ଗ୍ରହଣ କରିଥିଲେ। ଶେଷରେ ସୀମା ମହାରାଣା ସଂଘ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment