ବିଶୁଦ୍ଧ ପାନୀୟ ଜଳ ପାଇଁ ମୁଖ୍ୟ ରାସ୍ତା ଅବରୋଧ ।

କଲ୍ୟାଣ ସିଂହପୁର ,୩୧/୦୮:  ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକର ନାରାୟଣପୁର ପଞ୍ଚାୟତର ଶୀତାପୁର  ଗାଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ମୁଖ୍ୟ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ୧୫ ଟି ଘର କୁ ପ୍ରାୟ ୧୦୦ଜଣ ଲୋକଙ୍କୁ ଦୁଇଟି ନଳକୂପ ରହିଛି। କିନ୍ତୁ ଉକ୍ତ ନଳକୂପରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ କରିଥିଲେ। ଉକ୍ତ କାଦୁଅ ପାଣି ବ୍ୟବହାର କରି ଝାଡାବାନ୍ତି, ଜ୍ଵର ରେ ଆକ୍ରାନ୍ତ ହୋଇ ଚିକିତ୍ସିତ  ହେଉଥିବା ଗ୍ରାମବାସୀ
ଗୋବିନ୍ଦ ଟାକ୍ରିୟା, ପଦ୍ମନାଭ ହିଆଲ, ସମିତ୍ର ଟାକ୍ରିୟା,କାନ୍ଦୁ ବିବର, ଗୋବର୍ଦ୍ଧନ କରକରିଆ, ଦାମଦର  ହିମିରିକା ପ୍ରମୁଖ
କହିଛନ୍ତି। ଏହାକୁ ନେଇ ବାରମ୍ବାର ପଞ୍ଚାୟତ ଓ ଗତ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଲିଖିତ ଦେବା ପରେ ମଧ୍ୟ ନଳକୂପ ମରାମତି କରାଯାଇ ନଥିଲା। ଆଜି ପୁଣି ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରହିଥିବା ଜାଣି କଲ୍ୟାଣ ସିଂହପୁର ଠାରୁ ରାୟଗଡା  ୪୫ନମ୍ବର ରାଜ୍ୟରଜପଥ ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ। ଗ୍ରାମର ମହିଳା ପୁରୁଷ ମାନେ ଏକତ୍ରିତ ହୋଇ ହାଣ୍ଡି, ବାଲଟି, ଡେକଚି ଧରି ୯ଠାରୁ ରାସ୍ତା ଅବରୋଧ କରି ରହିଥିଲେ। ସେହି ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି  ଆସୁଥିବା ଖବର ପୁଲିସ ଜାଣି ଥାନା ଅଧିକାରୀ ଅଜିତ ପରିଡା ଶୀତାପୁର ଛକରେ ପହଞ୍ଚି ଥିଲା। ସେହିଠାରେ ଲୋକଙ୍କୁ ବୁଝାସୁଝା କରି ପ୍ରତିଶୃତି ଦେବା ପରେ  ରାସ୍ତାରୁ ହଟି ଥିଲେ।ପ୍ରାୟ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲା।

Comments (0)
Add Comment